ବାଲିଆପାଳ : ବାଲିଆପାଳ ବ୍ଲକ ଅନ୍ତର୍ଗତ ଭଅଁରେଶ୍ୱର ଠାରେ ଦୀର୍ଘଦିନ ଧରି ଚାଲିଥିବା ବେଆଇନ କରତକଳ ଉପରେ ବାଲେଶ୍ୱର ଡିଏଫଓ ଙ୍କ ନିଦେ୍ର୍ଦଶକ୍ରମେ ଜିଲ୍ଲା ଅତିରିକ୍ତ ବନ୍ୟସଂରକ୍ଷକ ଶରତ କୁମାରଙ୍କ ନେତୃତ୍ୱରେ ବନବିଭାଗର ଏକ ୫୦ ଜଣିଆ ଟିମ ଚଢାଉ କରିଥିଲେ ।ଏହି ଟିମ ଗ୍ୟାସ କଟର ସାହାଯ୍ୟରେ ସମସ୍ତ ଯନ୍ତ୍ରାଂଶକୁ କାଟି ଜବଦ କରିବା ସହିତ ମିଲ ପରିସରରେ ଗଦା ହୋଇ ପଡିଥିବା ୧୦ ଲକ୍ଷ ରୁ ଉଦ୍ଧ୍ୱର୍ ଟଙ୍କାର ବେଆଇନ କାଠ ଜବତ କରିଛନ୍ତି । ତେବେ ମିଲ ମାଲିକ ବାବୁଲା ମହାନ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସୂଚନା ଯୋଗ୍ୟ ଏହି ମାଲିକଙ୍କ ନୂଆଗାଁ ହାଟ ନିକଟରେ ଅନ୍ୟ ଏକ ସାମିଲ ରହିଛି । ବାଲିଆପାଳ ବ୍ଲକରେ ରତେଇ, ବୋଳଂ, ଲଙ୍ଗଳେଶ୍ୱର, କାଳିପଦା, ନିଖିରା,ଦାନ୍ତୁଣିଦା,ବିଷ୍ଣୁପୁର,ବ୍ଲକଛକ ପ୍ରଭୃତି ସ୍ଥାନରେ ୧୫ଟି ବେଆଇନ କରତକଳ ଦୀର୍ଘଦୀନ ଧରି ଚାଲିଆସୁଥିଲା ।ବନ ବିଭାଗଅଧିକାରୀଙ୍କ ପ୍ରଚ୍ଛନ୍ନ ହାତ ଥାଇ ଏହି କରତ କଳ ଚାଲୁଥିବା ନେଇ ଏହି ମିଲ ମାଲିକ ମାନେ ଗଣମାଧ୍ୟମ ସମ୍ମୁଖରେ ଚାଞ୍ଚଲ୍ୟକର ବୟାନ ଦେଇଥିଲେ ।ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ବନବିଭାଗ ନିଜ ମୁଣ୍ଡରୁ ଦୋଷ ଛଡାଇବା ପାଇଁ ଏଭଲି ପଦେକ୍ଷପ ନେଇଥିବା କୁହାଯାଉଛି । ଆଗକୁ ଅନ୍ୟ ସାମିଲ ଗୁଡିକ ଉପରେ ଚଢାଉ କରାଯିବ ବୋଲି କହିଥିବା ବେଳେ ତାହା କେତେ କାର୍ଯ୍ୟକାରି ହେଉଛି ଦେଖିବାକୁ ବାକି ରହିଲା । ଆଜିର ଏହି ଚଢାଉ ସମୟରେ ମାଜିଷ୍ଟ୍ରେଟ ଭାବେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ,ସିଂଲା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା,ଜଳେଶ୍ୱର ରେଞ୍ଜର ,ବାଲିଆପାଳ ଭାରପ୍ରାପ୍ତ ବନଅଧିକାରୀ ପ୍ରକାଶ ମହାନ୍ତି ପ୍ରମୁଖ ସାମିଲ ଥିଲେ
Comments are closed.