ବାଲିପାଟଣା.୦୯/୦୭ : ଯୋଗ ସୁସ୍ଥ ଓ ନିରାମୟ ଜୀବନଜାପନର ମୂଳମନ୍ତ୍ର ବୋଲି ସୋୟା ବିଶ୍ୱବିଦ୍ୟାଳୟର ଯୋଗ ଅଧ୍ୟାପକ ଅଖିଳ ଚନ୍ଦ୍ର ରଣା ମୁଖ୍ୟ ଅତିଥିଭାବେ ଯୋଗଦାନ କରି କହିଛନ୍ତି।ଅନ୍ୟତମ ଅତିଥିଭାବେ ଯୋଗଦାନ କର ଯୋଗଗୁରୁ ପ୍ରସାନ୍ତ କୁମାର ପ୍ରଧାନ କହିଲେ ଯୋଗ ଶରୀରକୁ ସୁସ୍ଥ ରଖିବା ସହିତ ମାନବ ସମାଜ ଶାନ୍ତ ଓ ସରଳ ଜୀବନଯାପନ କରିବାକୁ ଇନ୍ଧନ ଯୋଗାଇଥାଏ। ସମବାୟ ସମିତି ଅଧ୍ୟକ୍ଷ ଅଭିମନ୍ୟୁ ନାୟକ କହିଲେ ଯୋଗ ମଣିଷକୁ ସୁସ୍ଥ ରହିବା ସହିତ ଶରୀର ,ଆତ୍ମା ଓ ମନ ମଧ୍ୟରେ ଏକ ଆଧ୍ୟାତ୍ମିକ ସମନ୍ୱୟ ରଖିଥାଏ।ହରପାର୍ବତୀ ଯୋଗ ପ୍ରତିଷ୍ଠାନ ପକ୍ଷରୁ ଏକ ବାର୍ଷିକ ସ୍ଵନକ୍ଷତ୍ର ଉତ୍ସବ ବନମାଳୀପୁର ସ୍ଥିତ ଦୁର୍ଗା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।ଡ.ମୁରଲୀଧର ସାହୁଙ୍କ ପୌରୋହିତ୍ୟରେ ବନମାଳିପୁର ସ୍ଥିତ ଦୁର୍ଗା ମାଣ୍ଡପଠାରେ ଅନୁଷ୍ଠିତଏହି ବୈଠକରେ ଅନ୍ୟତମ ଅତିଥିଭାବେ ଶ୍ରୀମା ଅରବିନ୍ଦ କେନ୍ଦ୍ର ମାର୍ଗ ଦର୍ଶକ ବସନ୍ତ କୁମାର ସାହୁ ଓ ହରପାର୍ବତୀ ଯୋଗ ପ୍ରତିଷ୍ଠାନ ସଭାପତି ଦୈତାରୀ ମାଣିକ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ। ପ୍ରଭାତରୁ ବନମାଲିପୁର ଅଂଚଳର ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରାଯାଇଥିଲା।ପୂର୍ଣ୍ଣ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ।
