ବାଲିଅନ୍ତା : ବାଲିଅନ୍ତା ଓ ବାଲିପାଟଣା ପୋଲିସ୍ ତରଫରୁ ଏକ ବରିଷ୍ଠ ନାଗରିକ ସମ୍ମିଳନୀ ସଭା ବାଳକାଟିସ୍ଥିତ ଜ୍ଞାନ ଦେବୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଦୈତ୍ୟ ନଗରୀ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶି ଉଦ୍ଘାଟନ କରିଥିଲେ । ବୈଠକର ପ୍ରାରମ୍ଭରେ ଉଭୟ ଥାନା ଅଂଚଳରୁ ଆସିଥିବା ବରିଷ୍ଠ ନାଗରିକମାନେ ବାଳକାଟି ଠାରେ ଏକ ଥାନାର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ । ଯେପରି ଭାବରେ ଚୋରି, ଡକାୟତି, ଲୁଟ୍ ଏବଂ ଯୁବପିଢ଼ୀମାନେ ଧଳା ଜହର କାରବାରରେ ଲିପ୍ତ ରହୁଛନ୍ତି ଏବଂ ବାଲିଅନ୍ତା ଓ ବାଲିପାଟଣାରେ ଧିରେ ଧିରେ ଏହା କାୟା ବିସ୍ତାର କରିବାକୁ ଲାଗିଲାଣି । ଏହା ଉପରେ ଲଗାମ ଲଗାଇବା ପୋଲିସ୍ ପ୍ରଶାସନ ପକ୍ଷେ ବହୁତ କଷ୍ଟକର ହୋଇପଡ଼ୁଛି ।
ଫଳରେ ପୋଲିସ୍ ବିଭାଗରେ ଥାନା ଓ ଫାଣ୍ଡିରେ କର୍ମଚାରୀ ଅଭାବ ଏବଂ ପିସିଆର୍ ଭ୍ୟାନ୍ ର ଅଭାବ ପାଇଁ ଏଭଳି ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଗୁରୁତର ସହ ବିଚାର କରି ଏହାର ସମାଧାନ ଦିଗରେ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସିପିଙ୍କ ନିକଟରେ ଅଭିଯୋଗ କରିଥିଲେ । ସମସ୍ତ ଅଭିଯୋଗକୁ ଭିତି କରି ସିପି ସମସ୍ତ ପ୍ରକାର ଅଭିଯୋଗର ନିରାକରଣ ଜନସାଧାରଣଙ୍କ ସହଯୋଗ ବିନା ଅସମ୍ଭବ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଆଡିସିନାଲ୍ ସିପି ରେଖା ଲୋହାନି, ଡିସିପି ଉମାଶଙ୍କର ଦାଶ, ଆଡିସିନାଲ୍ ଡିସପିିି କିଶୋର କୁମାର ପାଣିଗ୍ରାହୀ, ଆଡିସିନାଲ୍ ଡିସିପି କ୍ରାଇମ୍ ସରୋଜ କୁମାର ମହାପାତ୍ର, ବାଲିଅନ୍ତା ଥାନାଧିକାରୀ ଯୁବରାଜ ସ୍ୱାଇଁ, ବାଳକାଟି ଫାଣ୍ଡି ଅଧିକାରୀ ମମତାଜ୍ ଅଲ୍ଲୀ ଖାନ୍, ବାଲିପାଟଣା ଥାନାଧିକାରୀ କୃପାସିନ୍ଧୁ ବରାଡ, ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ସମାଜସେବୀ ବେଣୁଧର ଭୋଇ, ସନ୍ତୋଷ କୁମାର ମହାନ୍ତି, ବାଲିଅନ୍ତା ପ୍ରେସ୍ କ୍ଲବ ସଭାପତି ସୋମନାଥ ସ୍ୱାଇଁ, ବାଲିପାଟଣା ପ୍ରେସ କ୍ଲବ ସଭାପତି ଦିଲ୍ଲୀପ ଓଝା, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ କାହ୍ନୁ ଚରଣ ଭୋଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷା କବିତା ମଞ୍ଜରୀ ପରିଡ଼ା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜଗତ ଜୀବନ ସାହୁ ଓ ଶିବ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।
Comments are closed.