Odisha news

ନୟାଗଡ଼ରେ ଶ୍ରୀବାମନ ଜନ୍ମ ଅବସରରେ ମଠ ମନ୍ଦିରରେ ସ୍ୱତନ୍ତ୍ର ପୂଜା ନୀତୀ

ନୟାଗଡ଼ : ନୟାଗଡ଼ ଜିଲ୍ଲାର ମଠ ମନ୍ଦିରରେ ଭାବ ଓ ଭକ୍ତିର ସହ ଭଗବାନ ଶ୍ରୀବାମନ ନାରାୟଣଙ୍କ ପବିତ୍ର ଜନ୍ମ ଉତ୍ସବ ପାଳିତ ହୋଇଛି । ଏହି ପବିତ୍ର ତିଥିରେ ଜିଲ୍ଲାର ଶ୍ରୀନୀଳମାଧବ ଜୀଉଙ୍କ ମନ୍ଦିର ସମେତ ଜିଲ୍ଲାର ପ୍ରସିଦ୍ଧ ମଠ ମନ୍ଦିରରେ ଶ୍ରୀବାମନ ଭଗବାନଙ୍କ ଜନ୍ମ ତିଥିର ସ୍ୱତନ୍ତ୍ର ପୂଜା ବିଧି ଅନୁଷ୍ଠିତ ହୋଇଥିଲା । ବେଦ ଓ ମନ୍ତ୍ରପାଠ ସାଙ୍ଗକୁ ଶ୍ରୀବାମନ ଦେବଙ୍କ ପୂଜା ଆରାଧନା ସହିତ ସୁନିଆଁ ଅଙ୍କ ପ୍ରବେଶ ବିଧି ସଂପାଦନ ହୋଇଛି ।

କଣ୍ଟିଲୋ ମାଧବଙ୍କ ପୀଠ ସମେତ ଖଣ୍ଡପଡ଼ାର ଶ୍ରୀଜଗନ୍ନାଥ ଜୀଉ, ଗୋପୀନାଥ ଦେବ, ନୟାଗଡ଼ ଶ୍ରୀଜଗନ୍ନାଥ, ରଘୁନାଥ ଦେବ ଓ ରାଧାକୃଷ୍ଣ ଜୀଉଙ୍କ ମନ୍ଦିରେ ବାମନ ଜନ୍ମ ପାଳିତ ହୋଇଛି । ସେହିପରି ଓଡ଼ଗାଁର ଶ୍ରୀରଘୁନାଥ, ମୁଣ୍ଡିଆପଡ଼ା ର ଶ୍ରୀରଘୁନାଥ ଜୀଉ ଆଶ୍ରମ, ଢ଼େଙ୍ଗେଣାର ପ୍ରସିଦ୍ଧ ରଘୁନାଥ ମଠ ଆଦି ଜିଲ୍ଲାର ସମସ୍ତ ବିଷ୍ଣୁପୀଠ ଓ ଭାଗବତ ଟୁଙ୍ଗୀରେ ବାମନ ଜନ୍ମ ମହାସମାରୋହ ସହ ପୂଜା ନୀତୀ ଅନୁଷ୍ଠିତ ହୋଇଥିଲା ।

ଶ୍ରଦ୍ଧାଳୁ ଓ ବ୍ରତଧାରି ଉପାଷ ପାଳନ କରି ଦେବ ଦର୍ଶନ ସାଙ୍ଗକୁ ହରି ନାମ ସଂକିର୍ତ୍ତନ ଓ ପୂଜା ଅର୍ଚ୍ଚନାରେ ନିଜକୁ ନିୟୋଜିତ ରଖିଥିଲେ । ବିଶ୍ୱକର୍ମା ପୂଜା ପାଳନକୁ ନେଇ ମଧ୍ୟ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ବିଭିନ୍ନ ସ୍ଥାନରେ ଶ୍ରୀ ବିଶ୍ୱକର୍ମା ଦେବଙ୍କ ମୃଣ୍ମୟମୂର୍ତ୍ତୀ ସ୍ଥାପନ କରି ପୂଜା ହୋମ ଆଦି ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଇଂଜିନିୟରିଂ ବିଭାଗ ଓ ନିର୍ମାଣ ଅନୁଷ୍ଠାନ ମାନଙ୍କରେ ଆନନ୍ଦର ସହ ବିଶ୍ୱକର୍ମାଙ୍କ ପୂଜା ଆରାଧନା କରାଯାଇଛି ।

Shares