Odisha news

ଭିଜିଲାନ୍ସ ପଞ୍ଝାରେ ବାଲିଅନ୍ତା ତହସିଲଦାର

0

ବାଲିଅନ୍ତା : ରାଜଧାନୀ ଊପକଣ୍ଠସ୍ଥ ବାଲିଅନ୍ତା ବ୍ଲକ ଅଧିନସ୍ଥ ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନଙ୍କୁ ଲାଂଚ ନେବା ଅଭିଯୋଗରେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଗିରଫ କରିଛି । ଏହି ଘଟଣାରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ଧନେଶ୍ୱର ସାହୁଙ୍କୁ ମଧ୍ୟ ଗିରଫ କରାଯାଇଛି । ଭୁବନେଶ୍ୱର ଶାସ୍ତ୍ରୀନଗର ବାସିନ୍ଦା କୈଳାସ ରଥ କେସନଂ ୨୦୩/୨୦୨୦ ମୁତାବକ ଚାଷ ଜମିକୁ ଘରବାରି କିସମ ବଦଳାଇବା ପାଇଁ ତହସିଲ କାର୍ଯ୍ୟାଳୟ ଠାରୁ କିଛି ଦୂରରେ ଧନେଶ୍ୱର ଆଜି ୧ଲକ୍ଷ ୨୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ସୂଚନା ପାଇ ଭୁବନେଶ୍ୱର ଭିଜିଲାନ୍ସ ତାଙ୍କୁ ଧରିଥିଲେ । ଏହା ସହିତ ତହସିଲଦାରଙ୍କ ବାସ ଭବନ ମଧ୍ୟ ରେଡ୍ ଚାଲିଥିବା ସୂଚନା ମିଳିଛି । ତହସିଲଦାର ଲାଂଚ ବିଷୟରେ କିଛି ଜାଣିନାହିଁ । ସେ ଲୋକ କିଏ ମୁଁ ତାକୁ ବି ଚିହ୍ନିନାହିଁ । ଏବେବି ତାକୁ ଦେଖିଲେ ମୁଁ ଜାଣିପାରିବି ନାହିଁ ବୋଲି ରୋକ୍ଠୋକ କହୁଛନ୍ତି ।

ଡାଟା ଏଣ୍ଟି୍ର ଅପରେଟର ତାଙ୍କା ଉତରେ କହିଛନ୍ତିା ଘରବାରି କିସମ ମାମଲା ପାଇଁ ସମ୍ପୃକ୍ତି ବ୍ୟକ୍ତି ଜଣକ ଜୋର ଜବରଦସ୍ତି କରି ଟଙ୍କା ନିଜ ପାଖରେ ରଖିଲେ ମଦପିଇ ଖର୍ଚ୍ଚ ହୋଇଯିବ ବୋଲି କହି ଟଙ୍କା ଦେଇଥିଲେ । ଆଉ ୭ ହଜାର ଟଙ୍କା ଜମା କଲେ ରସିଦ୍ କାଟିବେ ବୋଲି କହିଥିଲେ ।
ପ୍ରକାଶ ଥାଉକି ଗତ କିଛି ଦିନ ହେବ ସାଧାରଣରେ ବାଲିଅନ୍ତା ତହସିଲ କାର୍ଯ୍ୟାଳୟ ଓ ସବ୍ରେଜିଷ୍ଟର କାର୍ଯ୍ୟାଳୟରେ ବହୁ ପରିମାଣର ଲାଂଚ ଦାବି କରୁଥିବା ଓ ବାଧ୍ୟ ହୋଇ ଜନସାଧାରଣ ଲାଂଚ ହେଉଥିବା ବିଭିନ୍ନ ମହଲରେ ଟୁପୁରୁ ଟାପାର ଚାଲୁ ରହିଥିଲା । କିଛି ଅସାମାଜିକ ବ୍ୟକ୍ତିଙ୍କ ଛତ୍ର ଛାୟା ତଳେ କାର୍ଯ୍ୟାଳୟଟି ପରିଚାଳିତ ହେଉଥିବା ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ସାଧାରଣ ବ୍ୟକ୍ତି ନିଜର ଜୀବନ ପ୍ରତି ବିପଦ ଥିବାରୁ କେହି ଜଣେ ହେଲେ ଅଭିଯୋଗ କରୁ ନଥିଲେ । ଏହି ଜନ ଅସୋନ୍ତଶର ଆଜି ଜବାନିକା ପଡିଥିଲା ପୂର୍ବରୁ ଯୋଜନା ବଦ୍ଧ ଭାବେ ଭିଜିଲାନ୍ସ ତାର କାର୍ଯ୍ୟରେ ସଫଳ ହୋଇଅଛି ।

Leave A Reply

Your email address will not be published.