Odisha news

ଗ୍ରାହକମାନଙ୍କ ଆହୁରି ନିକଟତର ହୋଇଛି ଟିପିଏନ୍ଓଡିଏଲ୍

0

ବାଲେଶ୍ୱର-୨୯/୦୯ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦ୍ଦନ୍ ଓଡ଼ିଶା ଡିଷ୍ଟି୍ରବ୍ୟୁସନ ଲିମିଟେଡ (ଟିପିଏନ୍ଓଡିଏଲ୍) ପକ୍ଷରୁ ଉତ୍ତର ଓଡ଼ିଶାରେ ପ୍ରାୟ ୯୭ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ୨୭.୯୨୦ବର୍ଗ କି.ମି. ବ୍ୟାପି ବିସ୍ତୃତ ବିତରଣ ଅଞ୍ଚଳରେ ରହିଥିବା ୨୦ଲକ୍ଷରୁ ଅଧିକ ପଞ୍ଜୀକୃତ ଗ୍ରାହକଙ୍କୁ ସମନ୍ୱିତ ବିଲ୍ ପେମେଣ୍ଟ ସମାଧାନ ପ୍ରଦାନ କରିବା ପାଇଁ ଭାରତର ଅଗ୍ରଣୀ ଗ୍ରାମୀଣ ପିନ୍ଟେକ୍ ସଂସ୍ଥା ସ୍ପାଇସ୍ମନି ସହିତ ସହଯୋଗୀତା ସ୍ଥାପନ କରାଯାଇଥିବା ବିଷୟରେ ଆଦି ଘୋଷଣା କରାଯାଇଛି । ଏହି ଅବସରରେ ଟିପିଏନ୍ଓଡିଏଲ୍ର ସିଇଓ ଭାସ୍କର ସରକାର, ଚିଫ୍ ଅଫ୍ କମର୍ସ ଦୁଷ୍ମନ୍ତ କୁମାର ତ୍ୟାଗୀ, ଚିଫ୍ କମରସିଆଲ ସର୍ଭିସେସ ରମେଶ କାଉଲ, ଚିଫ୍ ଅଫ୍ ଆଇଟି ଏଣ୍ଡ ଓଟି ତରୁଣ ବତ୍ରା,ହେଡ୍କଷ୍ଟମର ସର୍ଭିସ ବିନୋଦ କୁମାର ଏବଂ ଟିପିଏନ୍ଓଡିଏଲ୍ର ପିଆରଓ ଚିତ୍ତରଂଜନ ପ୍ରଧାନ ଉପସ୍ଥିତ ଥିଲେ । ସେହିପରି ସ୍ପାଇସ୍ମନିର ଚିଫ୍ ବିଜନେସ୍ ଅଫିସର ସମୀର ନାଗପାଲ ଏବଂ ଏହାର ଓଡ଼ିଶା ମୁଖ୍ୟ କୀର୍ତ୍ତି ପାତ୍ର ଉପସ୍ଥିତ ଥିଲେ । ଏହି ସହଯୋଗୀତା ଜରିଆରେ ଟିପିଏନ୍ଓଡିଏଲ୍ର ଗ୍ରାହକମାନେ ଉତ୍ତର ଓଡ଼ିଶାରେ ଥିବା ସ୍ପାଇସ୍ମନିର ୮ହଜାରରୁ ଅଧିକ ବ୍ୟାଙ୍କିଂ ପଏଣ୍ଟରେ ସେମାନଙ୍କ ବିଦୁ୍ୟତ୍ ବିଲ ପୈଠ କରିପାରିବେ । ଏହି ପ୍ରକ୍ରିୟା ବେଶ ସହଜ ଏବଂ ଗ୍ରାହକମାନଙ୍କୁ କେବଳ ଷ୍ଟର ପରିଦର୍ଶନ କରି ନିଜର ଠିକଣା, ମୋବାଇଲ ନମ୍ବର ଏବଂ ଗ୍ରାହକ ନମ୍ବର ବ୍ୟାଙ୍କିଂ ପଏଣ୍ଟରେ ଦେବାକୁ ହେବ । ଏହାପରେ ଟିପିଏନ୍ଓଡିଏଲ୍ ଠାରୁ ଗ୍ରାହକ ଏକ ଓଟିପି ହାସଲ କରିବେ ଯାହାକୁ ସେ ସେମାନଙ୍କ ପେମେଣ୍ଟ ଦେଇ ବ୍ୟବସାୟୀ ଏକ ଟେଷ୍ଟ ମେସେଜ ଜରିଆରେ ସେହି କାରବାର ସଫଳ ହୋଇଥିବା ତକ୍ରାଳ ସ୍ପଷ୍ଟ ହୋଇଯିବ । ଟିପିଏନ୍ଓଡିଏଲ୍ ଗ୍ରାହକମାନେ ନିର୍ଦ୍ଧାରିତ ତାରିଖ ପୂର୍ବରୁ ବିଲ୍ ପେମେଣ୍ଟ କଲେ ୫% ରିହାତି ପାଇପାରିବେ । ଟିପିଏନ୍ଓଡ଼ିଏଲ୍ ପକ୍ଷରୁ ଗ୍ରାହକମାନଙ୍କୁ ସେମାନଙ୍କ ଘରପାଖରେ ବିବିଧ ପେମେଣ୍ଟ ବିକଳ୍ପ ସ୍ଥାପନ କରିବା ଲାଗି ନିରନ୍ତର ଭାବେ କାର୍ଯ୍ୟ କରାଯାଉଛି । ଶୁଭାରମ୍ଭ ହେବା ପରଠାରୁ ଟିପିଏନ୍ଓଡିଏଲ୍ ପକ୍ଷରୁ ବିଭିନ୍ନ ପ୍ରତ୍ୟକ୍ଷ ବ୍ୟବସ୍ଥା ଯଥା ମୋ ସେବା କେନ୍ଦ୍ର,ସିଏମ୍ସି,ଏୟାରଟେଲ,ପେମେଣ୍ଟ ବ୍ୟାଙ୍କ ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ଗ୍ରାହକମାନଙ୍କୁ ପ୍ରଦାନ କରି ଆସିଛି

Leave A Reply