Odisha news

ସାର ବେପାରୀଙ୍କ ଶୋଷଣର ଶିକାର ହେଉଛନ୍ତି ଚାଷୀ

0

ସୋର-୨୯/୦୯ : ଖରିଫ୍ ଋତୁରେ ଚାଷୀ ଏବେ କଳା ସାର ବେପାରୀଙ୍କ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଥିବା ଅଭିଯୋଗ ହେଉଛି । ସାରର କୃତି୍ରମ ଅଭାବ ଦେଖାଇ ଏବେ ୨ ଶହରୁ ୩୫୦ ଟଙ୍କା ବ୍ୟା୍ଗ ପିଛା ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦେଇ ଶୋଷଣର ଶିକାର ହେଉଛନ୍ତି । ସୋର ବ୍ଲକରେ ୧୪ ହଜାର ହେକ୍ଟରରେ ଖରିଫ୍ ଧାନ ଚାଷ ହୋଇଛି । ଏଥି ପାଇଁ ଜିଲ୍ଲାରେ ଏଥର ବ୍ୟବାହର ହେବାକୁ ଥିବା କଥା କହିଛନ୍ତି ଜୈବିକ ଓ ରାସାୟନିକ ସାର ପରିମାଣ ୫୫ ହଜାର ୫ ଶହ ମେଟ୍ରିକ୍ ଟନ୍ ଥିବା ବେଳେ ସୋର ବ୍ଲକରେ ୨ହଜାର ୨ ଶହ ମେଟ୍ରିକ୍ ଟନ୍ ସାରର ଆବଶ୍ୟକତା ଥିବା ବ୍ଲକ କୃଷି ଅଧିକାରିଣୀ ପ୍ରିତୀରେଖା ମହାଳିକ । ପ୍ରକାଶ ଥାଉକି ଚଳିତ ଖରିଫ୍ ଋୁତୁରେ ଜୁନ୍ ମାସରେ ନିଅଣ୍ଟିଆ ମୈାସୁମୀ ବର୍ଷା ପରେ ଜୁଲାଇରୁ ଅଦ୍ୟାବଧି ପ୍ରାୟତଃ ସ୍ୱଭାବିକ୍ ବର୍ଷା ହେଉଥିବାରୁ ଭଲ ଅମଳ ହେବା ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି । ଏହି ପରିମାଣ ସାର ଯୋଗାଇବାକୁ ବ୍ଲକରେ ହୋଲସେଲର ଓ ଡିଲରଙ୍କ ସଂଖ୍ୟା ୫୧ ଥିବା ବେଳେ ଆବଶ୍ୟକ ପରିମାଣ ସାର ମହଜୁଦ୍ ଅଛି । ହେଲେ ସବ୍ସିଡି ପରେ ବ୍ୟାଗ୍ ପିଛା ଡିଏପିର ମୂଲ୍ୟ ୧୩୫୦ ଟଙ୍କା ଥିବା ବେଳେ ଡିଲର ଏହାକୁ ୧୭୫୦ଙ୍କାରେ ଚାଷୀଙ୍କୁ ଦେଉଥିବା ଜଣାପଡିଛି । ସେହି ପରି ଅନ୍ୟ ସମସ୍ତ ସାର ମୂଲ୍ୟରେ ବ୍ୟାଗ୍ ପିଛା ୨ଶହରୁ ୩ଶହ ଅଧିକ ଦେଇ କିଣୁଥିବା ଗୁହାଳଡିହି ଗ୍ରାମର ଚାଷୀ କ୍ଷୀରୋଦ କୁମାର ଜେନା, ବଳରାମ ଜେନା, ନାରାୟଣ ଜେନା, ଶ୍ରୀଧର ଜେନା, ଲମ୍ବୋଦର ବେହେରା, ରଘୁନାଥ ଜେନାଙ୍କ ସହ ଅନ୍ୟ ଚାଷୀମାନେ ମଧ୍ୟ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ନେଇ ବିଭାଗୀୟ ଅଧିକାରିଣୀ ଶ୍ରୀମତୀ ମହାଳିକଙ୍କୁ ପଚାରିବାରୁ ସେ କହିଥିଲେକି ଚାଷ ଓ ଚାଷୀଙ୍କ ହିତ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଆମେ ସବୁବେଳେ ଉଦ୍ୟମ କରୁଛୁ । ସେମିତି କୈାଣସି ଅଭିଯୋଗ ଆମର ହସ୍ତଗତ ହୋଇନାହିଁ । ନିର୍ଦ୍ଦିଷ୍ଟ ଭାବେ ଅଭିଯୋଗ ହେଲେ ଆମେ ସଂପୃକ୍ତ ଡିଲରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।

Nalco
Leave A Reply