Odisha news

ମିଳିତ ନିଶା ନିବାରଣ ଅଭିଯାନ ବାଲେଶ୍ୱରର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ

0

ବାଲେଶ୍ୱର-୧୨/୦୮ : ମିଳିତ ନିଶା ନିବାରଣ ଅଭିଯାନ, ବାଲେଶ୍ୱରର କାର୍ଯ୍ୟକାରୀ ବୈଠକ ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଅନ୍ୟତମ ସଂପାଦିକା ଗୀତାଞ୍ଜଳି ସିଂହ ଗତ ବୈଠକର ବିବରଣୀ ପାଠ କରିଥିଲେ । ବୈଠକରେ ଓଡ଼ିଶା ସରକାରଙ୍କର ପ୍ରମୁଖ ସଚିବ ଡଃ. ଅରବିନ୍ଦ ପାଢ଼ୀ ଲେଖିଥିବା ପତ୍ର ସଂ୧୬୨୮୪ ତା୧୦ା୮ା୨୨ରିଖ ଅନୁସାରେ ବିଭାଗର ସମସ୍ତ କାର୍ଯ୍ୟାଳୟର ଅଧିକାରୀ ବା କର୍ମଚାରୀ ପାନ, ବିଡ଼ି, ସିଗାରେଟ୍, ଗୁଟ୍ଖା କିମ୍ବା ନିଶାଦ୍ରବ୍ୟ ସେବନକୁ ନିଷେଧ କରିବା ସହିତ ଓଡ଼ିଆ ଭାଷାର ସ୍ୱାଭିମାନ ରକ୍ଷା କରି ଓଡ଼ିଆରେ ଦେଇଥିବା ପତ୍ର ସମ୍ବନ୍ଧରେ ବୈଠକରେ ଆଲୋଚନା କରାଯାଇ ତାଙ୍କର ସମୟୋଚିତ ପଦକ୍ଷେପକୁ ସର୍ବାନ୍ତକ୍ରମେ ପ୍ରଶଂସା ଓ ସ୍ୱାଗତ କରାଯାଇଥିଲା । ଫକୀରମୋହନ ବିଶ୍ୱବିଦ୍ୟାଳୟରେ ନିଶା ନିବାରଣ ସଚେତନତା ଶିବିର ଆୟୋଜନ କରାଯିବା ନିମନ୍ତେ କୁଳପତିଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ସାଧାରଣ ସଂପାଦିକା ମମତା ମହାପାତ୍ରଙ୍କୁ ଅନୁରୋଧ କରାଗଲା । ଉପଦେଷ୍ଟା ସୁବ୍ରତ କର ଅବକାରୀ ମନ୍ତ୍ରୀଙ୍କ ସହ ଯୋଗାଯୋଗ କରି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯିବାକୁ ପରାମର୍ଶ ପ୍ରଦାନ କରିଥିଲେ । ବୈଠକରେ ଉପ-ସଭାପତି ଡ. କ୍ଷିତୀଶ୍ୱର ଦାଶ, ଡ. କେଶବ ଚରଣ ପଣ୍ଡା, ତ୍ରିଦିବ ନାୟକ, ସନାତନ ଦାସ, ଶ୍ରୀକାନ୍ତ ମହାପାତ୍ର, ପ୍ରଫୁଲ୍ଲ କୁମାର ଦାସ, ଯୋଗେଶ ଚନ୍ଦ୍ର ପ୍ରଧାନ, କମଳାକାନ୍ତ ଦାଶ, ସେଖ କରିମ୍, ଅକ୍ଷୟ କୁମାର ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ବେହେରା, ସ୍ନେହଲତା ପତି, ତରୁଲତା ମହାନ୍ତି, ଅବନ୍ତୀ ପ୍ରଧାନ, ବସନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ କ୍ରୀଷ୍ଣା ଶାହା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Nalco
Leave A Reply