Odisha news

ଭାରତ ରକ୍ଷା ମଂଚ ବାଲେଶ୍ୱର ଶାଖାର ୧୨ତମ ପ୍ରତିଷ୍ଠା ଦିବସ

0

ବାଲେଶ୍ୱର-୦୭/୦୭ : -ଭାରତ ରକ୍ଷା ମଂଚ,ବାଲେଶ୍ୱର ଶାଖା ତରଫରୁ ସଂଗଠନର ୧୨ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଫକୀରମୋହନ ଗୋଲେଇ ଠାରେ ଆମର ଦାବି ଆମର ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରାନ୍ତର ଉପସଭାପତି ପଦ୍ମଜା ଦେବତା ମୁଖ୍ୟ ଅତିଥିଭାବେ ଯୋଗଦେଇ ମଂଚର କାର୍ଯ୍ୟାବଳୀ ଉପରେ ଆଲୋକପାତ କରିବା ସହ ହିନ୍ଦୁମାନଙ୍କୁ ବୌଦ୍ଧିକ ଏବଂ ଆର୍ଥିକ ରୂପରେ ରାଷ୍ଟ୍ର ଗଠନର ସ୍ଥାପନ କରିବା କାର୍ଯ୍ୟ ତଥା କେନ୍ଦ୍ର ସରକାରଙ୍କ ସିଏଏ ଲାଗୁ କରିବା ନିମନ୍ତେ ଅନେକ ସାହାଯ୍ୟ ଭାରତ ରକ୍ଷାମଂଚ ନିରନ୍ତର କରୁଅଛି ବୋଲି ମତବ୍ୟକ୍ତ କରିଥିଲେ । ମଂଚର ଜିଲ୍ଲା ଅଧ୍ୟକ୍ଷ ବିନୋଦ କୁମାର ନାୟକ, ଉପାଧ୍ୟକ୍ଷ ତ୍ରୀଦିବ ନାୟକ, ସଂଗଠନ ମନ୍ତ୍ରୀ ସଂଜୟ ମହାପାତ୍ର, କୋଷାଧ୍ୟକ୍ଷ ରଜନୀ କାନ୍ତ ଶତପଥି ,କାର୍ଯ୍ୟାଳୟ ପ୍ରମୁଖ ସୁକାନ୍ତୀ ପରିଡ଼ା, ହେମଲତା ସାହୁ, ଅଶୋକ ଅରଡ଼ିହ, ଭାଗ୍ୟ ରଂଜନ ନାୟକ ଓ ଅନ୍ୟାନ୍ୟ କ୍ଷେତ୍ରର ପଦାଧିକାରୀ ତଥା କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

Govt
Leave A Reply