ଭୋଗରାଇ-୦୭/୦୭ : – ଚଳିତବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରି·ଳିତ ମେଟି୍ରକ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ପାସ୍ ହାର ଶତପ୍ରତିଶତ ହୋଇଥିବା ଜଣାପଡ଼ିଛି । ବ୍ଲକରେ ଥିବା ୫୩ଟି ହାଇସ୍କୁଲର ୩ହଜାର ୩ଶହ ୨୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ହଜାର ୩ଶହ ୨୦ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ସୀମାନ୍ତ ହାଇସ୍କୁଲ,ମାଲକୁଣ୍ଡା ଓ ଶ୍ରୀକାନ୍ତ ଚରଣ ବିଦ୍ୟାପୀଠ,ସିଆଁରୋଇ ହାଇସ୍କୁଲରେ ୨ଜଣ ପରୀକ୍ଷାର୍ଥୀ ଫେଲ ହୋଇଛନ୍ତି । ଡିଟିଏଲ୍କେ ହାଇସ୍କୁଲ ତେଘରୀରେ ୧୨୪ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୪ଜଣ ଏ-୧, ପି.ସି ହାଇସ୍କୁଲ କଚୁଆଡ଼ିର ୬୮ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୪ଜଣ ଏ-୧ ଗ୍ରେଡ୍ ପାଇଛନ୍ତି । ସେହିପରି ବ୍ଲକରେ ଏ-୧ ୨୫୭ଜଣ ,ଏ-୨ ୧୨୮୯ଜଣ, ବି-୧ ୧୧୧୭ଜଣ, ବି-୨ ୪୪୭, ସି – ୧୫୦ଜଣ, ଡି- ୩୪ଜଣ, ଇରେ ୪ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ବ୍ଲକରେ ଥିବା ଡିଟିଏଲ୍କେ ହାଇସ୍କୁଲର ଛାତ୍ର ଦୀପ୍ତେଶ ଗିରି ୫୮୬ ନମ୍ବର ରଖି ବ୍ଲକରେ ଟପ୍ପର ହୋଇଥିବା ବେଳେ ଜୟୀରାମପୁର ସରକାରୀ ବିଦ୍ୟାଳୟର ଛାତ୍ରୀ ଭାଗ୍ୟଶ୍ରୀ ଦାସ ୫୮୩ ନମ୍ବର, ପିପି ବିଦ୍ୟାମନ୍ଦିର କାଳାହୀ ହାଇସ୍କୁଲର ଛାତ୍ର ଶୁଭମ କୁମାର ମିଶ୍ର – ୫୮୩ ନମ୍ବର ରଖି ଯୁଗ୍ମଭାବେ ସାଫଲ୍ୟ ଅର୍ଜନ କରିଛନ୍ତି । ଭୋଗରାଇର ପାସ ହାର ଶତପ୍ରତିଶତ ହୋଇଥିବାରୁ ପୂର୍ବତନ ଉଚ୍ଚଶିକ୍ଷାମନ୍ତ୍ରୀ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବ୍ଲକ ଶିକ୍ଷାଧିକାରୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ସଭାପତି ଶ୍ରୀନିବାସ ପ୍ରଧାନ ସହସମ୍ପାଦକ ରାଜେନ୍ଦୁ ବିକାଶ ପାତ୍ର,ଭୋଗରାଇ ସମ୍ପାଦକ ନଟରଂଜନ ଘଡ଼େଇ ପ୍ରମୁଖ ସଂଘର କର୍ମକର୍ତ୍ତାମାନେ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭିବଷ୍ୟତ କାମନା କରିଛନ୍ତି