Odisha news

ଆଇଏସଟିଡ଼ି, ବାଲେଶ୍ୱର ଚାପ୍ଟରର ପ୍ରଥମ ବାର୍ଷିକ ସାଧାରଣ ପରିଷଦ ବୈଠକ

0

ବାଲେଶ୍ୱର-୨୭/୦୬ : -ବାଲେଶ୍ୱର ସହର ଅନ୍ତର୍ଗତ ହରିପ୍ଲାଜାଠାରେ ଗତ ତା ୨୬ ତାରିଖ ରବିବାର ଦିନ ମଧ୍ୟାହ୍ନରେ ଇଣ୍ଡିଆନ ସୋସାଇଟି ଫର ଟ୍ରେନିଂ ଏଣ୍ଡ ଡେଭ୍ଲପ୍ମେଟ୍’ (ଆଇ.ଏସ୍.ଟି.ଡ଼ି.) ବାଲେଶ୍ୱର ଚାପ୍ଟରର ପ୍ରଥମ ବାର୍ଷିକ ସାଧାରଣ ପରିଷଦ ବୈଠକ ନିରାଡ଼ମ୍ବର ଭାବରେ ଆୟୋଜିତ ହୋଇଯାଇଛି । ଉକ୍ତ ବୈଠକରେ ଆଇ.ଏସ୍.ଟି.ଡ଼ି. ବାଲେଶ୍ୱର ଚାପ୍ଟରର ଚେୟାରପର୍ସନ ଡ. ପଦ୍ମଲିତା ରାଉତରାୟ ଅଧ୍ୟକ୍ଷତା କରି ଏହାର ଲକ୍ଷ ଓ ଭବିଷ୍ୟତ କାର୍ଯ୍ୟାବଳୀ ଉପସ୍ଥାପନ କରିଥିଲେ । ଆଗାମୀ ଦିନରେ ଉତର ଓଡ଼ିଶାର ବିଭିନ୍ନ ଶିଳ୍ପ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରିବା ଏବଂ ସେମାନଙ୍କର କୌଶଳ ବୃଦ୍ଧିରେ ଏହା ସହାୟକ ହେବ ବୋଲି ମତପୋଷଣ କରିଥିଲେ । ଏହାର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଜେନା ବାର୍ଷିକ ବିବରଣୀ ପାଠ କରିବା ସହ ଅଦ୍ୟାବଧି ସମସ୍ତ ଆୟବ୍ୟୟର ହିସାବ ପ୍ରଦାନ କରିଥିଲେ । ସଭ୍ୟ ରବିନାରାୟଣ ସାହୁ ଏହାର ପରିଚାଳନା ପରିଷଦକୁ ନିର୍ବାଚିତ ହୋଇଥିବା ସଭ୍ୟମାନଙ୍କର ନାମ ଘୋଷଣା କରିଥିଲେ । ଚେୟାରପର୍ସନ ଡ. ପଦ୍ମଲୀତା ରାଉତରାୟ, ଉପସଭାପତି ରାମଶଙ୍କର ମହାପାତ୍ର, ସମ୍ପାଦକ ସୁଶାନ୍ତ କୁମାର ଜେନା, କୋଷାଧ୍ୟକ୍ଷ ଅମ୍ବୁଜଲୋଚନ ଦାଶ, ନେସନାଲ୍ କାଉନସିଲ୍ ସଭ୍ୟ ଡ. ଅଶୋକ କୁମାର ଦାଶ, କାର୍ଯ୍ୟକାରୀ ସଭ୍ୟ ଇଂ. ସରୋଜ କୁମାର ସାହୁ, ଦେବଦତ ସାହୁ, ପ୍ରଶାନ୍ତ କୁମାର ସାହୁ, ରାଜକିଶୋର ମିଶ୍ର ନିର୍ବାଚିତ ହୋଇ ନିଜ ନିଜର କାର୍ଯ୍ୟଭାର ଗ୍ରହଣ କରିଥିଲେ । ଆଇ.ଏସ୍.ଟି.ଡ଼ି. ବାଲେଶ୍ୱର ଚେପ୍ଟରର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ଉକ୍ତ ବୈଠକଟି ସୁଚାରୁ ରୂପେ ପରିଚାଳିତ ହୋଇଥିଲା । ଏହାର ପ୍ରମୁଖ ସଭ୍ୟ ଗୌରବ କୁମାର ଅଗ୍ରୱାଲା ମଂଚ ପରିଚାଳନା କରିଥିଲେ ଏବଂ ବରିଷ୍ଠ ସଭ୍ୟ ଇଂ. ସରୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ

Nalco
Leave A Reply