ବାଲେଶ୍ୱର-୨୭/୦୬ : -ଆସନ୍ତା ଜୁଲାଇ ୧୮ରେ ହେବାକୁ ଥିବା ଭାରତର ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଶା ମାଟିର ସୁଯୋଗ୍ୟା କନ୍ୟା ଶ୍ରୀମତୀ ଦ୍ରୋ÷ପଦୀ ମୁର୍ମୁଙ୍କୁ ପ୍ରାର୍ଥିୀ କରାଯାଇଥିବାରୁ ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଶ୍ରୀମତୀ ମୁର୍ମୁଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ସେ ଦେଶର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରିବାରେ ପ୍ରଥମ ଓଡ଼ିଆ ହେବେ ବୋଲି ଆନନ୍ଦ ପ୍ରକାଶ ପାଇଥିଲା । ଶ୍ରମତୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅକୁଣ୍ଠ ସମର୍ଥନ ନିମନ୍ତେ ଉଭୟଙ୍କୁ ପରିଷଦ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ସଭା ପରିଚାଳନା କରି ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଶ୍ରୀମତୀ ମୁର୍ମୁଙ୍କ ସଂଘର୍ଷମୟ ଜୀବନକାହାଣୀ ବଖାଣିବା ସହ ତାଙ୍କୁ ରାଷ୍ଟ୍ରପତି ଆସନରେ ଦେଖିବାକୁ ସମଗ୍ର ଓଡ଼ିଆ ଜାତି ଅପେକ୍ଷା କରି ରହିଛି ବୋଲି କହିଥିଲେ । ସଂପାଦକ ଦୀପକ ବୋଷ କହିଲେ ଯେ ରାଜନୀତିର ବହୁ ଊଦ୍ଧ୍ୱର୍ରେ ନିଜକୁ ରଖି ଓଡ଼ିଶା ମାଟିର ସୁକନ୍ୟା ଶ୍ରୀମତୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ଜିତାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ବାସ୍ତବରେ ପ୍ରଶଂସନୀୟ । ଏଥିପାଇଁ ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବସରରେ ଡ. ହରିଶ୍ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ କବିତାପାଠୋସôବର ଆୟୋଜନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ପ୍ରଦୀପ ଚାଟ୍ଟାର୍ଜୀ, କୋଷାଧ୍ୟକ୍ଷ ତପନ ରାୟ, ରଂଜନ ବାଗ, ଶ୍ରୀରୂପା ମଞ୍ଜରୀ ସେନ, ଜୟନ୍ତ ରଣା, ବାସନ୍ତୀ କର, କୃଷ୍ଣା ପ୍ରଧାନ, ସଙ୍ଗୀତା ବାରିକ କବିତା ପାଠ ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଯୁଗ୍ମ ସଂପାଦିକା ଧନ୍ୟବାଦ ଅର୍ପଣ କରିଥିଲେ ।
