ବୈଶିଙ୍ଗା–୨୬/୧– ବଡସାହି ନିର୍ବାଚନମଣ୍ଡଳୀ ବୈଶିଙ୍ଗା ଥାନା ଅଧୀନ ଗଡଦେଉଳିଆ ଗ୍ରାମପଞ୍ଚାୟତର ୱାର୍ଡ ନଂ-୪ (ରେଣ୍ଟାସାହି,ଶଙ୍ଖ ସାହି,ଭାଲୁବସା) ଓ ୱାର୍ଡ ନଂ- ୮(ଭାନୁପୁର) ଗ୍ରାମର ଗ୍ରାମବସୀ ମାନେ ଭୋଟ ବର୍ଜନ କରିବାର ଚେତାବନୀ ଦେଇଛନ୍ତି।ସୂଚନା ମୁତାବକ ୧୮ ନମ୍ବର ଜାତୀୟ ରାଜପଥ ରୁ ଭାନୁପୁର ମଧ୍ଯରେ ଶଙ୍ଖ ସାହି,ଭାଲୁବସା ଦେଇ ବାଲକା ଓ ପଦ୍ମନାଭପୁରକୁ ଛୁଇଁ ଥିବା ମୂଖ୍ୟ ରାସ୍ତାଟି ବର୍ଷାଋତୁରେ ଆମ୍ବୁଲାନ୍ସ କିମ୍ବା ଦମକଳ ତ ଦୂରର କଥା ମଟରସାଇକେଲ ବା ସାଇକେଲ ମଧ୍ୟ ଯାଇ ପାରେ ନାହିଁ। ଏହି ରାସ୍ତା ପାଇଁ ଭାନୁପୁର ପ୍ରାଥମିକ ବିଦ୍ୟାଳୟ ଠାରୁ ଭଗା ଘର ପର୍ଯ୍ୟନ୍ତ ୨୦୨୦/୨୧ ବର୍ଷରେ ମନରେଗାରୁ ପାଞ୍ଚ ଲକ୍ଷ ଟଙ୍କାର ଅନୁଦାନ ମଧ୍ୟ ଆସିଥିଲା। ଉକ୍ତ ପଞ୍ଚାୟତର ବିଭାଗୀୟ ଅଧିକାରୀ ଓ ସରପଞ୍ଚଙ୍କ ମିଳିତ ଉଦ୍ୟମରେ ଏହି ରାସ୍ତା ବାବଦରେ ୬୦/୭୦ ହଜାର ଟଙ୍କାର କାମ କରି ସମ୍ପୂର୍ଣ୍ଣ ବିଲ୍ କରାଇ ନେଇଥିବା ଗ୍ରାମବାସୀଙ୍କ ଦ୍ଵାରା ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ହୋଇଥିଲା। ପୁଣି ଗ୍ରାମବସୀ ମାନେ ମୟୂରଭଞ୍ଜ ଜିଲ୍ଲାପାଳ ଓ ପି.ଡି.ଙ୍କୁ ଏକ ଲଖିତ ଆକାରରେ ଜଣାଇଥିଲେ । ଅଭିଯୋଗର କିଛି ଦିନ ପରେ ଉକ୍ତ ରାସ୍ତା ବିଷୟରେ ତଦନ୍ତ କରିବା ପାଇଁ ଜିଲ୍ଲାପାଳ ଓ ପି.ଡି ବେତନଟୀ ବ୍ଲକ ଅଧିକାରୀଙ୍କୁ ୯ ସେପ୍ଟେଟେମ୍ବର ୨୦୨୧ ରେ ଏକ ଚିଠି ପଠାଇଥିଲେ ମଧ୍ଯ ରାଜନୈତିକ ଚାପ ଦେଇ ତଦନ୍ତ ପ୍ରକ୍ରିୟାକୁ ଚପାଇଦେଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏପର୍ଯ୍ୟନ୍ତ ରାସ୍ତାର ତଦନ୍ତ ହୋଇନାହିଁ କିମ୍ବା ରାସ୍ତା ମରାମତି ବି ହୋଇନାହିଁ।ତେଣୁ ଗ୍ରାମବାସୀମାନେ ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ପ୍ରକାଶ କରିଛନ୍ତି।