ବେତନଟୀ/ବୈଶିଙ୍ଗା : ସ୍ଥାନୀୟ ବିଧାୟକ ସନାତନ ବିଜୁଳି ଆମ୍ବଗଡ଼ିଆ ପଞ୍ଚାୟତର ବିଭିନ୍ନ କାର୍ଯ୍ୟକ୍ରମରେ ଗତକାଲି ଶୁକ୍ରବାର ସନ୍ଧ୍ୟା ସମୟରେ ଯୋଗଦେଇଥିବା ଜଣାଯାଇଛି । ଚଳିତ ମାସ ଆଠ ତାରିଖ ଗୁରୁବାର ସନ୍ଧ୍ୟା ସମୟରେ ସେହି ଗ୍ରାମ ର ଶିବ ସିଂଙ୍କ ପୁଅ ବିଶୁ/ରେପ କୁ ଏକ ଦନ୍ତା ହାତୀ କଚାଡି ମାରିଦେଇଥିବାର ଷୋହଳ ଦିନ ପରେ ବିଧାୟକ ଶ୍ରୀ ବିଜୁଳି ତାଙ୍କ ଘରେ ପହଞ୍ଚି ଶୋକ ସନ୍ତତ୍ପା ପରିବାରବର୍ଗ ଙ୍କୁ ସାନ୍ତ୍ଵନା ଦେବା ସହ ସ୍ବର୍ଗତ ବିଶୁ ସିଂର ବିଥିବା ପତ୍ନୀଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ଏଥିସହିତ ସରକାରୀ ଅନୁଦାନ ଯଥାଶୀଘ୍ର କିପରି ମିଳିପାରିବ ସେଥିପାଇଁ ବିଧାୟକ ଚେଷ୍ଟା କରିବେ ବୋଲି ଘୋଷଣା କରିଥିଲେ।
ଏହାପରେ ବନମାଳୀ ବୀର ଙ୍କ ଘରେ ପହଞ୍ଚି ତାଙ୍କର ପୁତ୍ର ମୁକ୍ତିକାନ୍ତ ବୀରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମୁକ୍ତିକାନ୍ତ ସର୍ବଭାରତୀୟ ନୀଟ୍ ପରିକ୍ଷାର ୭୨୦ ନମ୍ବର ପାଇଁ ପରୀକ୍ଷାଦେଇ ୬୩୬ ନମ୍ବର ରଖି ସାରା ଦେଶରେ ୭୭୧୬ ରେଙ୍କ୍ ପାଇ ଡାକ୍ତରୀପାଠ ପଢିବାର ସୁଯୋଗ ପାଇଥିଲେ। ତେଣୁ ତାଙ୍କୁ ଭେଟି ତାଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ।
ଆଉ ଏକ ଘଟଣାରେ ସେହି ପଞ୍ଚାୟତର ହେମନ୍ତ ମହନ୍ତଙ୍କ ପୁତ୍ର ସଫ୍ଟଓୟାର ଇଞ୍ଜିନିୟର ପ୍ରଦୀପ କୁମାର ମହାନ୍ତଙ୍କ ମୁମ୍ୱାଇ ଠାରେ କିଛି ଦିନ ପୂର୍ବରୁ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇ ଥିବାରୁ ତାଙ୍କ ଘରେ ପହଞ୍ଚି ବିଧାୟକ ଶ୍ରୀ ବିଜୁଳି ପରିବାର ବର୍ଗ ଙ୍କୁ ସାନ୍ତ୍ଵନା ଦେଇଥିଲେ।
ଏହାପରେ ବିଜେପି ନେତା କାହ୍ନୁଚ଼ରଣ ପତିଙ୍କ ଘରେ ବସି ପଞ୍ଚାୟତର ବିଭିନ୍ନ ପ୍ରକାର ସମସ୍ୟା ଓ ତାର ନିରାକରଣ ସମ୍ପର୍କରେ ସମୀକ୍ଷା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଳା ପରିଷଦ ସଦସ୍ୟ ବ୍ରଜ ମୋହନ ବେହେରା, ଲକ୍ଷ୍ମୀଧର ଦଣ୍ଡପାଟ, ଖଗେଶ୍ବର ରାଉଳ, ରତିକାନ୍ତ ମହାନ୍ତ, ଚନ୍ଦ୍ରହାସ୍ୟ ପାଣିଗ୍ରାହୀ, କାରୁ ମୁର୍ମୁ, ପୂର୍ବତନ ବ୍ଲ୍କ୍କକ୍ ଅଧକ୍ଷ କାଳୀଚରଣ ସୋରେନ୍ ଙ୍କ ସମେତ ବିଜେପି କର୍ମୀ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ।
(ଦୟାକରି ତିନୋଟି ଯାକ ଫଟୋ ବସାଇବା ପାଇଁ ଚେଷ୍ଟାକରିବେ)
