Odisha news

ସିକିମ ବନ୍ୟା ରେ ନିଖୋଜ ଓଡ଼ିଆ ଯବାନଙ୍କ ମୃତରେ ବୈଜୟନ୍ତଙ୍କ ଗଭୀର ଶୋକ ପ୍ରକାଶ

0

ସିକିମରେ ପ୍ରଳୟଙ୍କରୀ ବନ୍ୟା ରେ ଓଡ଼ିଆ ଯବାନ ସରୋଜ ସହିଦ ହୋଇଯାଇଛନ୍ତି l ହାବିଲଦାର ଭାବେ ସିକମ ରେ ଟ୍ରେନିଂ ରେ ଥିଲେ ସରୋଜ କ୍ୟାମ୍ପ କୁ ଫେରୁଥିବା ବେଳେ ତିସ୍ତା ନଦୀରେ ଆସିଥିବା ବନ୍ୟା ରେ ଗତ 3 ତାରିଖ ଦିନ ରାତିରେ ସରୋଜ ଓ ତାଙ୍କ ସାଥିରେ ଥିବା ସେନା ବନ୍ୟା ରେ ଭାସି ଯାଇଥିଲେ, ମୋବାଇଲ ଫୋନ ମଧ୍ୟ ତାଙ୍କ ର ସୁଇଚ ଅଫ ଥିଲା ପରେ ପରେ ଅଫିସ ତରଫରୁ ପରିବାର ସହ ଭିଡ଼ିଓ କଲ ମାଧ୍ୟମରେ ଯୋଗାଯୋଗ କରି ସରୋଜ ଙ୍କ ମୃତ ଦେହ ଚି଼ହ୍ନଟ କରାଯାଇଛି, ଯାହାକୁ ନେଇ ପରିବାର ରେ ଖେଳି ଯାଇଛି ଶୋକ ର ଛାୟା, ଝୁରୁଛି ଗାଁ ମାଟି, ଝୁରୁଛନ୍ତି ପ୍ରିୟଜନ! କାନ୍ଦ ବୋବାଳି ରେ ଫାଟି ପଡୁଛି ଘର ପରିବେଶ ଆଉ ଗାଁ ଦାଣ୍ଡ l

ଏହି ପରିପେକ୍ଷୀରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଗଭୀର ଶୋକ ପ୍ରକାଶ କରିବା ସହିତ ଆମର ଆତ୍ମାର ସଦଗତି କାମନା କରିଛନ୍ତି ଓ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି l


ସୂଚନା ଥାଉକି ସେନାରେ କାର୍ଯ୍ୟରତ 23 ଜଣ ବନ୍ୟା ସମୟ ରେ ଲୋକଙ୍କୁ ଉଦ୍ଧାର କରିବାକୁ ଯାଇ ପ୍ରଳୟଙ୍କରୀ ବନ୍ୟା ରେ ନିଖୋଜ ହୋଇଯାଇଥିଲେ, ସେମାନଙ୍କ ମଧ୍ୟରୁ ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଥାନା ଦିଘି ପଂଚାୟତ କେନ୍ଦୁଢିପ ଗାଁ ର ସରୋଜ କୁମାର ଦାସ, l ଶେଷ ଥର ପାଇଁ ରାକ୍ଷୀ ପୁର୍ଣିମା କୁ ଆସି ଭଉଣୀ ହାତରୁ ରାକ୍ଷୀ ବାନ୍ଧି ସେପ୍ଟେମ୍ବର 4 ତାରିଖ ରେ ଘରୁ ଯାଇ ସିକିମ ରେ ସେନାରେ ଯୋଗ ଦେଇଥିଲେ l ସରୋଜ ଚଳିତ ବର୍ଷ ଫେବୃଆରୀ ମାସ 11 ତାରିଖ ଦିନ ଲୋପାମୁଦ୍ରା ଙ୍କୁ ବିବାହ କରିଥିଲେ l ସେ 2012 ମସିହା ସେପ୍ଟେମ୍ବର ମାସରେ ଭାରତୀୟ ସେନାରେ ଯୋଗ ଦେଇଥିଲେ l ! ସରୋଜ ଙ୍କ ଘର ସାମ୍ନା ରେ ଥିବା ହନୁମାନ ପାଖରେ ସମସ୍ତେ ଏକାଠି ହୋଇ ଦୀପ ଜାଳିବା ସହ ପୂଜାର୍ଚନା ମଧ୍ୟ କରିଥିଲେ ହେଲେ ଶେଷରେ ଜାଣିବାକୁ ମିଳିଲା ଭିଡ଼ିଓ କଲ ମାଧ୍ୟମରେ ସରୋଜ ଆଉ ନାହାନ୍ତି,ସରୋଜ ଙ୍କ ଫେରିବା ବାଟ କୁ ଚାତକ ଭଳି ଚାହିଁ ରହିଛନ୍ତି ପ୍ରିୟ ଜନ ମାନେ, ସମସ୍ତ ଙ୍କ ମୁହଁରେ ଗୋଟିଏ କଥା ବୀର ଯବାନ ଅମର ରହେ, ସହିଦ ସରୋଜ ଅମର ରହେ !

Leave A Reply