ବୈଭବ ଙ୍କ ଇଂସ୍ଟl ଷ୍ଟୋରି କୁ ନେଇ ଭାଇବ୍ରେସନ
ବୈଭଭ ସୂର୍ଯ୍ୟବଂଶୀ ଙ୍କ ଆରମ୍ଭ ହେବକି ନୂଆ ଚାପ୍ଟର
ଡେବ୍ୟୁ କୁ ନେଇ ରହିଛି ଇସାରା ନା ମିଳିଚି ନୂଆ ସରପ୍ରାଇଜ
ଇନ୍ସଟାଗ୍ରାମ ଷ୍ଟୋରି ରେ ଲୁଚି ରହିଛି କି କିଛି ରହସ୍ୟ
ଟିମ ଇଣ୍ଡିଆର ୧୫ ବର୍ଷୀୟ ବ୍ୟାଟର ବୈଭବଙ୍କୁ ନେଇ ବର୍ମାନ କ୍ରିକେଟ ଜଗତରେ ଖୁବ ଚର୍ଚା ଚାଲିଛି, ସାରା ବିଶ୍ୱ ଅପେକ୍ଷା କରିଛି ଏହି ଛୋଟା ପ୍ୟାକେଟ ର ବଡା ଧମାକା ଦେଖିବା ପାଇଁ, ଠିକ ଏହି ସମୟରେ ବୈଭବ ନିଜ ଇନ୍ସଟା ଷ୍ଟୋରି ରେ ‘New Chapter ‘ ଲେଖି ସେୟାର କରିଛନ୍ତି, ମୋର୍ନ ମାର୍କଲ ଙ୍କ ବୟାନ ପରେ ସାମ୍ନାକୁ ଆସିଥିବା ଏହି ଇନ୍ସଟା ଷ୍ଟୋରି ଆଉଥରେ ଚର୍ଚା ଆରମ୍ଭ କରିଦେଇଛି, ଏହି ଇସାରା ବୈଭବ ଙ୍କ ଡେବ୍ୟୁ କୁ ନେଇ ନା ନୂଆ ବ୍ୟାଟ ସ୍ପନସରସିପ କୁ ନେଇ ଇସାରା କରୁଛି l
ସୂର୍ଯ୍ୟବଂଶୀ ଙ୍କ ଇନ୍ସଟା ଷ୍ଟୋରି କିଛି ଇସାରା କରୁଛି, ଇଂଲଣ୍ଡ ସହିତ ମଞ୍ଚେଷ୍ଟର ରେ ଦ୍ଵିତୀୟ ଟି 20 ଶନିବାର ଖେଳାଯିବାକୁ ଥିବା ସମୟ ରେ ସବୁଠୁ ଅଧିକ ଚର୍ଚା ଏହି ଯୁବା ବ୍ୟାଟର ଙ୍କୁ ନେଇ ଚାଲିଛି l
ଶୁକ୍ରବାର ରାତିରେ ବୈଭବ ଇନ୍ଷ୍ଟଗ୍ରାମ ଷ୍ଟୋରି ରେ ନିଜର ଗୋଟିଏ ଫଟୋ ସେୟାର କରିଛନ୍ତି, ଫଟୋ ଟିରେ ସେ ବ୍ୟାଟ ଉଠାଇ ସେଲିବ୍ରେସନ କରୁଥିବାର ଦେଖିବାକୁ ମିଳିଛି, ଏବଂ ଫଟୋଟି ଉପରେ ଲେଖାଯାଇଛି ମାତ୍ର ୨ଟି ଶବ୍ଦ ‘ New Chapter ‘ l ବର୍ତମାନ ଏହି ଦୁଇଟି ଶବ୍ଦ ଚର୍ଚାର ବିଷୟ ପାଲଟି ଯାଇଛି l
ଏହି ଷ୍ଟୋରି ର କିଛି ଘଣ୍ଟା ପୂର୍ବରୁ ଶୁକ୍ରବାର ଦିନ ମଞ୍ଚେଷ୍ଟର ରେ ହୋଇଥିବା ପ୍ରେସ କର୍ଣ୍ଣଫରେନ୍ସ ସମୟରେ ଟିମ ଇଣ୍ଡିଆର ବ୍ୟାଟିଂ କୋଚ ମୋର୍ନ ମାର୍କଲ ଏଭଳି କିଛି ବୟାନ ଦେଲେ, ଯାହାକୁ ନେଇ ବୈଭବ ଦ୍ଵିତୀୟ ଟି 20 ରେ ଡେବ୍ୟୁ କରିବାର ସମ୍ଭାବନା କୁ ନେଇ ପ୍ରଶ୍ନ ଉଠିଥିଲା l
ମାର୍କଲ ସଫା ସଫା କହିଥିଲେ କି ସଂଜୁ ସେମସନ ଓ ଅଭିଷେକ ଶର୍ମା ଙ୍କ ସ୍ଥାନ ତୁରନ୍ତ ଛଡାଇ ନିଆଯିବା ଠିକ ନୁହେଁ, ଏବଂ କହିଥିଲେ ଯେ ଟି 20 ବିଶ୍ୱକପ ଜିତିଥିବା ଖେଳାଳି ମାନଙ୍କ ଉପରେ ଭରସା ରଖିବା ଜରୁରୀ, କିନ୍ତୁ ମାର୍କଲ ଙ୍କର ଏହି ବୟାନ ପରେ ବୈଭବ ଙ୍କ ର New Chapter ଷ୍ଟୋରି ସାମ୍ନାକୁ ଆସିଛି, ଯାହାଦ୍ୱାରା ପୁରା ମାମଲା ରହସ୍ୟମୟ ହୋଇ ରହି ଯାଇଛି l
ଶୁକ୍ରବାର ଦିନ ସେୟାର ହୋଇଥିବା ଷ୍ଟୋରି ରେ ବୈଭବ Hero ଲେଖା ଯାଇଥିଲା, ଏହା ପୂର୍ବରୁ SS ବ୍ୟାଟ ଧରୁଥିଲେ ବୈଭବ, ତେଣୁ କିଛି ଫ୍ୟାନ୍ସ ମଧ୍ୟ ଭାବୁଛନ୍ତି ଯେ ବୋଧହୁଏ ଏହା କୌଣସି ନୂଆ ବ୍ୟାଟ ସ୍ପନସରସିପ ମଧ୍ୟ ହୋଇପାରେ l
ସେ ଯାହାବି ହେଉ ବିଶ୍ୱର କ୍ରିକେଟ ପ୍ରେମୀ ଙ୍କ ଅପେକ୍ଷାର ଅନ୍ତ କେବେ ଘଟୁଛି ତାହା ଦେଖିବାକୁ ବାକି ରହିଲା l
