ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଜନଜାତି ଉନ୍ନୟନ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ଚରଣ ମୁଣ୍ଡା ରବିବାରଦିନ ବଡଚଣା ନିର୍ବାଚନ ମଣ୍ଡଳୀର ବୁଢାକେନ୍ଦୁଆ ଠାରେ ଆୟୋଜିତ ଆଦିବାସୀ ଓ ଜନଜାତି ସମାରୋହରେ ଯୋଗଦେଇଥିଲେ! ମୁଖ୍ୟ ଅତିଥି ଭାବେ ଶ୍ରୀ ମୁଣ୍ଡା ଯୋଗଦେଇ ବ୍ରିଟିଶ ଅମଳରେ ହୋଇଥିବା ଜଙ୍ଗଲ ଆଇନ୍ରରେ ପଶୁ, ପକ୍ଷୀ, ଜୀବଜନ୍ତୁ , ଗଚ୍ଛ ଲତାଙ୍କ ପାଇଁ ବିଧିବ୍ୟବସ୍ଥା ରଖାଯାଇ ଥିଲା ବେଳେ ସେହି ଆଇନରେ ବଣରେ ସାରା ଜୀବନ ନିର୍ବାହ କରୁଥିବା ଜନଜାତିର ବାସିନ୍ଦାଙ୍କ ପାଇଁ କିଛି ଉଲ୍ଲେଖ ନଥିଲା l ଏହା ଏକ ଐତିହାସିକ ଅପରାଧ କହିଲେ ଅତ୍ୟୁକ୍ତି ହେବନାହିଁ l ମୋଦୀ ସରକାର ଆସିଲା ପରେ ସେହି ଆଇନର ସଂଶୋଧନ କରାଯାଇ ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣି ଅଧିକାର ଦେବା ପାଇଁ ଆଇନ ପ୍ରଣୟନ କରାଯାଇଛି ବୋଲି କହିବା ସହ ଏବେ ଓଡିଶାରେ ସଠିକ ଢଙ୍ଗରେ ବିକାଶ କାର୍ଯ୍ୟକ୍ରମ ଚାଲିନଥିବା କେନ୍ଦ୍ର ଅଭିଯୋଘ କରିଥିଲେ! ସେ ଆଦିବାସୀ, ଓଡ଼ିଆ ଓ ହିନ୍ଦୀ ଭାଷାରେ ଭାଷଣ ଦେଇ କହିଲେ, ଆଦିବାସୀ ମାନଙ୍କର ସମସ୍ତ ଙ୍କ ସହିତ ମିଶି ମୁଖ୍ୟ ସ୍ରୋତରେ ରହିବା ଅଧିକାର ରହିଛି l ଅନୁସୃତ ହୋଇଥିବା ଆଇନ୍କୁ ଜନଜାତି ଲୋକମାନେ ନିଜ ପାଇଁ ବ୍ୟବହାର କରିବା ଉଚିତ l କେନ୍ଦ୍ର ସରକାର ଜନଜାତି ଓ ଅନୁସୂଚିତ ଜାତିର ସମସ୍ତ ଛାତ୍ରୀ ମାନଙ୍କୁ ଆସନ୍ତା ୨୫ବର୍ଷ ଭିତରେ ଶିକ୍ଷିତ ହେବା ପାଇଁ ସିଦ୍ଧାନ୍ତ ନେଇଥିବା ସେ କହିଥିଲେ! ଆଦିବାସୀ ଓ ଜନଜାତିଙ୍କ ସମ୍ମାନ ବଢାଇବା ପାଇଁ ରାଷ୍ଟ୍ରପତି ଭାବେ ଓଡିଆର ଆଦିବାସୀ ମହିଳା ଦୌପଦୀ ମୁର୍ମୂଙ୍କୁ ସୁଯୋଗ ଦେଇ ଗୌରବ ବଢାଇଛନ୍ତି ମଧ୍ୟ ସେ କହିଥିଲେ ! ଇତ୍ୟବସରରେ କେନ୍ଦମନ୍ତ୍ରୀ ବିଶିଷ୍ଠ ସ୍ୱାଧିନତା ସଗ୍ରାମୀ ନୀଳମଣି ସାମଲ ,ବାଲିପଡିଆର ଠକର ବାବା ଆଶ୍ରମ ପରିଦର୍ଶନ କରିଥିଲାବେବେ ବୈରୀଠାରେ ଥିବା ମହାନ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ଓ ସମସ୍ତ ଅତିଥିଙ୍କ ସହ ସ୍ଥାନୀୟ ଜଣେ ଆଦିବାସୀ ଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ! ଜିଲା ବିଜେପି ସଭାପତି ଗୌତମ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ବଡଚଣାର ବିଜେପି ନେତା ତଥା ରାଜ୍ୟ ସମ୍ପାଦକ ଅମର ନାୟକ ଯୋଗଦେଇ ଜନଜାତି ଲୋକଙ୍କୁ ଜମି ପଟ୍ଟା ମିଲୁ ନାହିଁ, ଖାଦ୍ୟ ନିରାପତ୍ତା ଆଇନ୍ କାର୍ଯ୍ୟ କାରୀତାରେ ପାତରଅନ୍ତର କରାଯିବିସହ, ପଞ୍ଚାୟତ ପ୍ରତିନିଧି ମାନଙ୍କୁ ସୁରୁଖୁରୁରେ କାମ କରାଇ ଦିଆଯାଉ ନଥିବା ଓ କେନ୍ଦ୍ରୀୟ ଯୋଜନା ଗୁଡିକର ସଫଳ ରୂପାୟନ ହେଉନଥିବା ଅଭିଯୋଗ କରି ତାହାର ଅନେକ ଉଦାହରଣ ଉପସ୍ଥାପନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପର୍ଯ୍ୟବେକ୍ଷ ଶାରଦା ଶତପଥୀ, ରବିନ୍ଦ୍ର ବେହେରା, ସୂରଜ ଲାଲ, ବିଶ୍ୱଜିତ୍, ପ୍ରିତମକୁମାର ନାୟକ ଦେବଯାନୀ ପ୍ରଧାନ, ରାଜେନ୍ଦ୍ର କlଲୁଣ୍ଡୀଆ, ଅଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ l
