Odisha news

ଖରାପ ସମୟ ଆସିଲେ ମିଳିଥାଏ ଏହି ୭ଟି ସଂକେତ, ତେଣୁ ରୁହନ୍ତୁ ସତର୍କ

0

ଅନେକ ସମୟରେ କିଛିଟା ସଂକେତ ମଣିଷ ଜୀବନ ରେ ଅନେକ ପରିବର୍ତନ ଆଣିଥାଏ l କିନ୍ତୁ ଆମେ ଏହି ସଂକେତ କୁ ଅଣଦେଖା କରିଦେଇ ଥାଉ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଖରାପ ସମୟ ଆରମ୍ଭ ହେବା ପୂର୍ବରୁ କିଛି ସଂକେତ ମିଳିଥାଏ l ଏହିସବୁ ସଂକେତ ଜୀବନ ରେ ଅନେକ ବିପଦ ଟାଣି ଆଣିଥାଏ l ସେଥିପ୍ରତି ଆମେ ଦୃଷ୍ଟି ନିହାତି ଦେବା ଆବଶ୍ୟକ l

– ଖରାପ ସମୟ ଆସିବା ପୂର୍ବରୁ ମିଳିବାକୁ ଥିବା ସଂକେତ କୁ ନେଇ ବିସ୍ତାର ଭାବରେ ଜାଣିବା ଆବଶ୍ୟକ l
– ପ୍ରାୟ ପ୍ରତ୍ୟେକ ହିନ୍ଦୁ ପରିବାର ରେ ତୁଳସୀ ଗଛଟିଏ ଲଗା ଯାଇଥାଏ l କିନ୍ତୁ ଯଦି ତୁଳସୀ ଗଛଟି ଅଚାନକ ଭାବରେ ସୁଖିବାକୁ ଲାଗିଥାଏ ତେବେ ଏହାର ଅର୍ଥ ଆପଣଙ୍କ ଜୀବନ ରେ ଅନେକ ପରିବର୍ତନ ଆସିଥାଏ l  ଏହା ଖରାପ ସମୟର ମଧ୍ୟ ସଂକେତ ଅଟେ l ତେଣୁ ଏପରି ହେଲେ ଲକ୍ଷ୍ମୀଙ୍କୁ ନିକଟରେ ଘିଅ ଦୀପ ଟିଏ ପ୍ରଦାନ କରନ୍ତୁ l

– ଯଦି ଆପଣଙ୍କ ଘରକୁ ଅଚାନକ ଭାବରେ ବାଦୁଡ଼ି ପଶି ଆସିଥାଏ, କିମ୍ବା ଦେଖିବାକୁ ମିଳିଥାଏ ତେବେ ଏହାର ଅର୍ଥ ଆପଣ ଭାବି ନିଅନ୍ତୁ ଯେ ଆପଣଙ୍କ ଜୀବନରେ ଖରାପ ସମୟ ଆରମ୍ଭ ହେବାକୁ ଯାଉଛି l  ଏହା କୌଣସି ଖରାପ ସମୟର ସଂକେତ ଅଟେ l ଏପରି ହେଲେ ସଙ୍କଟ ମୋଚନ ହନୁମାନଙ୍କୁ ପ୍ରାର୍ଥନା କରିବା ଆବଶ୍ୟକ l

– ଅସାବଧାନତା ବଶତଃ କାଚ ଭାଙ୍ଗି ଥାଏ, କିନ୍ତୁ ଯଦି ବାରମ୍ବାର ଘରେ କୌଣସି କାଚ ଜିନିଷ ଭାଙ୍ଗେ ତେବେ ଏହା ଅଶୁଭ ସଂକେତର ସୂଚନା ଦେଇଥାଏ l  ଏହାକୁ ଅଣଦେଖା କରନ୍ତୁ ନାହିଁ, ଏହାଦ୍ୱାରା କୌଣସୀ ସମୟରେ କିଛିଟା ବିପଦ ଘରେ ଦେଖାଦେଇ ପାରେ l ଏପରି ସ୍ଥିତିରେ ଘରେ ଅଖଣ୍ଡ ଜ୍ୟୋତି ଜଳାନ୍ତୁ l

– ସୁନା ହଜିବା ଓ ସୁନା ଜିନିଷ ପାଇବା ଉଭୟ ଅଶୁଭ ହୋଇଥାଏ l  ଯଦି ଆପଣଙ୍କର କୌଣସୀ ସୁନା ଜିନିଷ ହଜି ଯାଉଛି ଓ ମିଳୁନାହିଁ ତେବେ ଆର୍ଥିକ ଅନାଟନ ଦେଖା ଦେଇପାରେ l  ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଶୁଭ ସଂକେତ ବୋଲି କୁହାଯାଏ l

– ଆମେ ସମସ୍ତେ ଜାଣିଛୁ ବିଲେଇ କାନ୍ଦିବା ଠିକ ନୁହେଁ l  ଏହାଛଡା ଦୁଇଟି ବିଲେଇ ଝଗଡା ଲାଗିବା ମଧ୍ୟ ଠିକ ନୁହେଁ l  ଏହାର ଅର୍ଥ ଆପଣଙ୍କ ଜୀବନ ରେ ଅନେକ ଅବାଂଛିତ ଘଟଣା ହୋଇପାରେ l  ଯାହାକି ଆପଣ ଭାବି ମଧ୍ୟ ନଥିବେ l

– ଯଦି ଆପଣ ପ୍ରତିଦିନ ପୂଜା କରିବା ସମୟରେ ବାରମ୍ବାର ଦୀପ ଲିଭି ଯାଉଛି ତେବେ ଏହା ଠିକ ନୁହେଁ l କୁହାଯାଏ ଯେ ଏହା ଆପଣଙ୍କ ଆଗାମୀ ଦିନ ପାଇଁ ଖରାପ ସଂକେତ ଅଟେ l  ତେଣୁ ସେଥିପାଇଁ ସତର୍କ ରହିବ ଆବଶ୍ୟକ l

Leave A Reply