ବୈଜ୍ଞାନିକ ଯୁଗରେ ଆଜି ମଧ୍ୟ ଲୋକ ମାନଙ୍କର ଅନ୍ଧ ବିଶ୍ୱାସ ଦୂର ହୋଇନାହିଁ : ୭୫୦୦ ଟଙ୍କାରେ ଭୁତ ପ୍ରେତ ଭଗାଇବାର ଲାଗିଛି କ୍ୟାମ୍ପ
ନୂଆଦିଲ୍ଲୀ : ବିଜ୍ଞାନ ଯେତେ ଉନ୍ନତି କଲେ ମଧ୍ୟ ଏହି ବୈଜ୍ଞାନିକ ଯୁଗରେ ଆଜି ମଧ୍ୟ ଲୋକ ମାନଙ୍କର ଅନ୍ଧ ବିଶ୍ୱାସ ଦୂର ହୋଇନାହିଁ l ଏହି ସବୁଥିରେ ଗୋଟିଏ ଜ୍ୱଳନ୍ତ ଉଦାହରଣ ଆସିଛି ମଧ୍ୟପ୍ରଦେଶର ରାଜଗଡ଼ରୁ ,ଯେଉଁଠାରେ ତନ୍ତ୍ରମନ୍ତ୍ର ଜରିଆରେ ଭୁତ ପ୍ରେତାଙ୍କ ଠାରୁ ଛୁଟକାରା ଦେବାର ଦାବି କରାଯାଉଛୁ l
ରାଜଗଡ଼ ଜିଲ୍ଲାର କୁରାବର ନଗରରୁ ୪ କିଲୋମିଟର ଦୂର ଔଦ୍ୟାଗିକ କ୍ଷେତ୍ର ପିଲୁ ଖେଦିରେ ଅନ୍ଧ ବିଶ୍ୱାସର ଅଦ୍ଭୁତ ନାଟକ ଚାଲିଛି l ଏଠାରେ ମହାରାଷ୍ଟ୍ରରୁ ଆସିଥିବା ଜଣେ ବାବା ନିଜକୁ ପ୍ରେମ ସାଇ ବୋଲି ନାମିତ କରି ଦୀର୍ଘ ୫ ଦିନ ହେଲାଣି ଲୋକ ମାନଙ୍କୁ ଏକାଠି କରି ବକ୍ତୃତା ଦେଉଛନ୍ତି l ଏହି ଭଣ୍ଡ ବାବାଙ୍କ ଦରବାରରେ ନିକଟତମ ଗ୍ରାମ ଗୁଡ଼ିକରୁ ହଜାର ହଜାର ଲୋକ ଓ ମହିଳା ଏକତ୍ରିତ ହୋଇ ଗଲେ ଓ ଏହାପରେ ଆରମ୍ଭ ହୋଇଗଲା ଭୁତ ପ୍ରେତଙ୍କ ନାମରେ ତନ୍ତ୍ରମନ୍ତ୍ରର ନାଟକ l
ଏହି ଦରବାରରେ ସାମିଲ ହେବ ପାଇଁ ପ୍ରତେକ ବ୍ୟକ୍ତିଙ୍କ ପାଖରୁ ୭୫୦୦ ଟଙ୍କା ନିଆ ଯାଉଛି l ବାବା ସୁଦର୍ଶନ ଯଜ୍ଞ କରିବା ନାମରେ ଅନୁମତି ନେଇ ଗୋଟିଏ ଭବ୍ୟ ତୋରଣ ଲଗାଇ ଦାବି କରିଛନ୍ତି କି ଯେଉଁ ମହିଳା ଓ ପୁରୁଷଙ୍କ ଉପରେ ଭୁତ ପ୍ରେତର ଛାୟା ରହିଛି ତାହା ଦୂର କରିଦେବେ l ଏକଥା କହି ସେ ଗ୍ରାମ ବସି ମାନଙ୍କ ଠାରୁ ଅନେକ ପଇସା ଲୁଟିଥିଲେ l ୫ଦିନ ଭଣ୍ଡ ବାବାଙ୍କର କାର୍ଯ୍ୟକ୍ରମ ପରେ ଯେତେବେଳେ ରାଜଗଡ଼ ପ୍ରଶାସନଙ୍କ ଏବିଷୟରେ ସୂଚନା ମିଳିଲା ପୋଲିସର ସହାୟତାରେ ଭୁତ ପ୍ରେତ ନାମରେ ଅବୈଧ ଭାବରେ ପଇସା ଅସୁଲ କରାଯାଉଛି ତା ପରେ ବାବାଙ୍କର ତମ୍ବୁକୁ ଭାଙ୍ଗି ଦିଆଯାଇଥିଲା ,ଏହାପରେ ଭଣ୍ଡ ବାବା ଏଠାରୁ ଫେରାର ହୋଇ ଯାଇଥିଲେ l

Comments are closed.