ଚଣ୍ଡିଖୋଲ,୦୩/୦୬: ଯାଜପୁର ଜିଲ୍ଲାର ଚଣ୍ଡିଖୋଲ-ଦୁବୁରୀ ୫୩ନ ଜାତୀୟ ରାଜପଥର ଶୁଭଦ୍ରାପୁର ନିକଟରେ ଶୁକ୍ରବାର ସକାଳେ ଅଟୋ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହେବାରୁ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି!ଏଥିସହ ଅଟୋରେଥିବା ଦୁଇ ଜଣ ପ୍ୟାସେଞ୍ଜର ଓ ଆଟୋ ଚାଳକ ଗୁରୁତର ଆହତହୋଇ ବଡଚଣା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି! ମୃତ ବାଇକ ଆରୋହୀ ଜଣକ ହେଉଛନ୍ତି ସୁରେଶ ବାରିକ ଓ ତାଙ୍କ ଘର ଧର୍ମଶାଳା ଥାନାର ଆରୁହା ଠାରେ ବୋଲି ଜଣାପଡିଛି! ସୂଚନା ଯୋଗ୍ୟଯେ ଅଟୋଟି ଦୁଇଜଣ ପ୍ୟାସେଞ୍ଜରକୁ ଧରି ଚଣ୍ଡିଖୋଲ ଛକ ଠାରୁ ଦର୍ପଣ ଅଭିମୁଖେ ଯାଉଥିବା ସମୟରେ ଶୁଭଦ୍ରାପୁର ଗ୍ରାମ ନିକଟ ଚଣ୍ଡିଖୋଲ କଲେଜଛକ ନିକଟରେ ବିପରିତ ଦିଗରୁ ଜାତୀୟ ରାଜପଥରେ ଆସୁଥିବା ବାଇକ ଚାଳକ ସାମ୍ନା ପଟୁ ଆସି ଅଟୋକୁ ଧକ୍କା ଦେଇଥିଲା! ଘଟଣା ସ୍ଥଳରେରେ ଧାନମଣ୍ଡଳ ଫାଣ୍ଡି ପୋଲିସ ପହଞ୍ଚି ଦୃର୍ଘଟଣାଗ୍ରସ୍ଥ ବାଇକ ଓ ଅଟୋକୁ ଜବତ କରିବା ସହ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଥିଲେ!
