ରାଜନଗର ୦୩/୦୬ :ଗୁରୁବାର ପୂର୍ବାହ୍ନ ସମୟରେ ସାତଭାୟା ଅଞ୍ଚଳରେ ପହଁଞ୍ଚିଥିଲେ ସୋଲାର ମ୍ୟାନ ଅଫ ଇଣ୍ଡିଆ ରୂପେ ପରିଚିତ ଚେତନ ସିଂ ସୋଲାଙ୍କି । ଓଡିଶା ଆସି ସାତଭାୟା ସମ୍ପର୍କରେ ଯାହା ଶୁଣିଥିଲେ ବାସ୍ତବରେ ସ୍ଥିତି ପରଖିବାକୁ ସାତଭାୟାରେ ପହଁଞ୍ଚିଥିଲେ । ସାତଭାୟାର ବାଲି ପାହାଡ ,ଭଗ୍ନ ପଞ୍ଚୁବରାହୀଙ୍କ ମନ୍ଦିର, ସମୁଦ୍ର କୂଳ ପ୍ରଭୃତି ବୁଲିଦେଖିବା ସହ ସାତଭାୟାର ପୂର୍ବସ୍ଥିତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ହେଉଥିବା କ୍ଷତି ଯେପରି ମାତ୍ରାରେ ବୃଦ୍ଧି ପାଉଛି ଏହା ଆଗାମୀ ଦିନରେ ଆମ ପାଇଁ ବଡ ବିପଦ । ଏହାକୁ ଯେପରି ସମସ୍ତଙ୍କ ଉଦ୍ୟମରେ ସଚେତନତା ମାଧ୍ୟମରେ ରୋକାଯାଇ ପାରିବ ସେଥିନେଇ ୨୦୨୦ ମସିହାରୁ ଘରୁ ବାହାରି ୧୧ବର୍ଷ ପର୍ଯ୍ୟନ୍ତ ସଚେତନତା ବାର୍ତ୍ତା ବାଣ୍ଟିବାକୁ ସୋଲାର ବସ ମାଧ୍ୟମରେ ଭାରତର ବିଭିନ୍ନ ରାଜ୍ୟକୁ ଗସ୍ତ କରି ଲକ୍ଷ୍ଯ ଲକ୍ଷ୍ଯ କୋଟିକୋଟି ଲୋକଙ୍କୁ ବୁଝାଇବା କାର୍ଯ୍ୟରେ ଲାଗିପଡିଛନ୍ତି । ଜଳବାୟୁ ପରିବର୍ତ୍ତନରୁ ଲୋକମାନଙ୍କୁ ରକ୍ଷାକରିବାକୁ ଆଗେଇ ଆସିଥିବା ବ୍ୟକ୍ତିତ୍ବ ହେଉଛନ୍ତି ଶକ୍ତି ସ୍ବରାଜ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆଇଆଇଟି ବମ୍ବେର ପ୍ରଫେସର ଚେତନ ସିଂ ସୋଲାଙ୍କି ଆହୁରି ମଧ୍ଯ ଏହି ବ୍ୟକ୍ତି ଜଣଙ୍କ ମଧ୍ଯ ପ୍ରଦେଶ ସରକାରଙ୍କ ବ୍ରାଣ୍ଡ ଆମ୍ବାସଡ଼ର ଥିବା ସୂଚନା ମିଳିଛି । ଓଡିଶାକୁ ଆସି ଶୁଣିବାକୁ ପାଇଲି ଏପରି ଏକ ଗାଁ ସମୁଦ୍ରର କରାଳ ଗର୍ଭରେ ଲୀନହୋଇ ସାରିଛି ଯେଉଁ ଗାଁର ନାମ ସାତଭାୟା ।
ସାତଭାୟା ଗାଁ ଯେଉଁଠି ମୁଁ ଆଜି ଛିଡା ହୋଇଛି । ଏହି ଯାଗା ପୂର୍ବରୁ ଏକ ଗାଁ ଥିଲା କିନ୍ତୁ ୫୦୦ରୁ ୭୦୦ପରିବାର ବିସ୍ଥାପିତ ହୋଇ ସାରିଛନ୍ତି । ମା ଙ୍କର ଏକ ଭଗ୍ନ ମନ୍ଦିର ପଡି ରହିଛି । ମୁଁ ଆଖି ଆଗରେ ଦେଖୁଛି ଓ ଶୁଣୁଛି ଲୋକେ କହୁଛନ୍ତି ଦୁଇ କିଲୋମିଟର ଦୁରରେ ସମୁଦ୍ର ଥିଲା ଏବେ ପାଖକୁ ମାଡି ଆସିଛି । ଏହା ଏକ ହୃଦୟ ବିଦାରକ ଦୃଶ୍ଯ । ଆଜି ମୁଁ ପ୍ରତେକ୍ଷ୍ୟ ଭାବରେ ସାତଭାୟାକୁ ଆସି ଅନୁଭବ କରୁଛି ସାତଭାୟା ଗାଁ ସହିତ ଯାହା ହୋଇଛି ଏହାକୁ ଦେଖି ବିଶ୍ବବାସୀ ସଚେତନତା ହେବାର ଆବଶ୍ୟକତା ରହିଛି । ନଚେତ ଏହା ଆଗାମୀ ଦିନରେ ଆମ ସହିତ ବି ହୋଇପାରେ । ସୁନାମୀ କିମ୍ବା ବନ୍ୟା ନଆସିପାରେ ବାତ୍ୟା ଆସିପାରେ ,ବାତ୍ୟା ଆସିନପାରେ ଜଙ୍ଗଲରେ ନିଆଁ ଲାଗିଯାଇପାରେ, ଜଙ୍ଗଲରେ ନିଆଁ ଲାଗିନପାରେ ରୋଗ ବ୍ୟାପିଜାଇପାରେ ।
ସାତଭାୟା ଗାଁ ମୁଁ ଦେଖିଲି ସାତଭାୟା ଲୋକଙ୍କ ସହ ମୁଁ କଥାହେଲି ମୋତେ ବହୁତ ଦୁଃଖ ଲାଗିଲା । ମୋର ଆଶା ଓ ବିଶ୍ବାସ ଲୋକମାନେ ବହୁତ ଶୀଘ୍ର ବୁଝି ପାରିବେ । ଜଳବାୟୁ ପରିବର୍ତ୍ତନକୁ ଆମେ ସମସ୍ତେ ମିଶି ଠିକ କରିପାରିବା । ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସୂଚନା ଦେବା ବେଳେ ଲୋକମାନଙ୍କୁ ଦକ୍ଷିଣ ମେରୁ ଓ ଉତ୍ତର ମେରୁ ଅଞ୍ଚଳରେ ତାପମାତ୍ରାର ବୃଦ୍ଧି ଯୋଗୁଁ କିପରି ବରଫ ତରଳୁଛି ସେ ବିଷୟରେ ଏକ ଭିଡିଓ ଚିତ୍ର ଦେଖାଇଥିଲେ । ସାତଭାୟାର ଲୋକମାନଙ୍କ ସହିତ ଆଲୋଚନା ସମୟରେ ସବୁ ଘରକୁ ସୋଲାର ପ୍ୟାନେଲ ଯୋଗାଇ ଦେବାକୁ ପ୍ରୟାସ କରିବା କଥା କହିଥିଲେ । ବିଦ୍ୟୁତ ବ୍ୟବହାର କରିବା ଦ୍ବାରା ବାବୁମଣ୍ଡଳ ପ୍ରଦୁଷଣ ହେବା ସହ ତାପମାତ୍ରା ବୃଦ୍ଧି ପାଉଛି । ଯାହାଫଳରେ ବରଫ ତରଳିବା ଦ୍ବାରା ସମୁଦ୍ର ପତନ ବୃଦ୍ଧି ପାଉଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଡାଇନୋସର ବିଲୁପ୍ତ ହୋଇଯାଇଛି । ଏହାକୁ ତୁରନ୍ତ ରୋକିବାର ଆବଶ୍ୟକତା ରହିଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ କୋଟି କୋଟି ଲୋକ ପ୍ରଭାବିତ, ଶତପ୍ରତିଶତ ସୌର ଶକ୍ତି ଦ୍ବାରା ଚାଲିବା ଆବଶ୍ୟକ । ସରକାରଙ୍କ ଚେଷ୍ଟାରେ ଜଳବାୟୁ ପରିବର୍ତ୍ତନ ରୋକିହେବ ନାହିଁ ପ୍ରତ୍ୟେକ ମଣିଷ ଏଥିପ୍ରତି ଦାୟିତ୍ବବାନ ହେବାର ଆବଶ୍ୟକତା ଅଛିବୋଲି ଆଇଆଇଟି ବମ୍ବେର ପ୍ରଫେସର ସୋଲାଙ୍କି କହିଛନ୍ତି ।
