ଅଷ୍ଟ୍ରେଲିଆ ଓ ନିୟୁଜିଲ୍ୟାଣ୍ଡ ଜାତୀୟ ପତାକା ରେ କାହିଁକି ରହିଛି ବ୍ରିଟିଶ ଜାତୀୟ ପତାକା ର ଅଂଶ ? ଯଦି ପରାଧୀନତାର ପ୍ରତୀକ ତେବେ କାହିଁକି ଭାରତୀୟ ଜାତୀୟ ପତାକା ସ୍ୱତନ୍ତ୍ର ?
ଜାତୀୟ ପତାକା ସବୁ ଦେଶର ଗର୍ବ ଓ ଗୌରବ l ସାଧାରଣ ଭାବରେ ଆମେ ସମସ୍ତେ ନିଜ ନିଜ ଦେଶର ଜାତୀୟ ପତାକା ସହିତ ପରିଚିତ l ଗୋଟିଏ ଦେଶର ଜାତୀୟ ପତାକା ଆଉ ଗୋଟିଏ ଦେଶ ଠାରୁ ପୃଥକ ଅଟେ ଏହା ଆମେ ସମସ୍ତେ ଜାଣିଚୁ l କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ନିୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆର ଜାତୀୟ ପତାକାରେ ଗୋଟିଏ ସମାନତା ରହିଛି l ଉଭୟ ଦେଶର ପତାକାର ଗୋଟିଏ କୋଣରେ ବ୍ରିଟେନ ପତାକାର କିଛି ଅଂଶ ରହିଛି l ବ୍ରିଟିଶ ଶାସନ ରୁ ମୁକ୍ତ ହେବl ପରେ ମଧ୍ୟ ଏହି ଦୁଇଦେଶ ର ଜାତୀୟ ପତାକା ଉପରେ ରହିଛି ବ୍ରିଟିଶ ଶାସନର ଛାପ l ଯଦି ଏହା ବ୍ରିଟିଶ ଗୋଲାମୀର ପ୍ରତୀକ ଅଟେ ତେବେ ଭାରତୀୟ ପତାକାରେ କାହିଁକି ଏଭଳି କୌଣସି ଚିହ୍ନ ନାହିଁ, ଯେବେକି ପରାଧୀନତାର ୨୦୦ ବର୍ଷ ଶାସନକୁ ଭାରତୀୟ ମାନେ ବେଶ ଭୋଗିଛନ୍ତି l
ଅଷ୍ରେଲିଆ ଓ ନିୟୁଜିଲ୍ୟାଣ୍ଡ କଣ ଏବେ ବି ବ୍ରିଟିଶ ଶାସନର ଅଧୀନ ?
କଣ ରହିଛି ଏହା ପଛର ବିଶେଷ କାରଣ ?
କାହିଁକି ଭାରତୀୟ ପତାକାରେ ରହି ନାହିଁ ଏଭଳି ଚିହ୍ନ ?
୨ଶହ ବର୍ଷର ପରାଧିନତା କୁ ସହି ମଧ୍ୟ କାହିଁକି ଭାରତୀୟ ପତାକା ସ୍ୱତନ୍ତ୍ର ?
ଏହା ପଛରେ ରହିଛି ଗୋଟିଏ ବିଶେଷ କାରଣ, ବ୍ରିଟିଶ ପତାକାର ନାମ ୟୁନିୟନ ଜ୍ୟାକ l କିନ୍ତୁ ଅଷ୍ରେଲିଆ ଓ ନିୟୁଜିଲ୍ୟାଣ୍ଡ ପତାକାରେ ବ୍ରିଟିଶ ପତାକା ରହିବାର କାରଣ ହେଲା ଏହି ୨ଟି ଦେଶ ବ୍ରିଟିଶ ସାମ୍ରାଜ୍ୟର ଅଂଶ ଥିଲେ ଓ ବ୍ରିଟେନ ବର୍ତମାନ କମନ ୱେଲ୍ଥ ରାଷ୍ଟ୍ରର ଅଂଶ ହୋଇ ଯାଇଛି l ତେବେ ଜାଣି ରଖନ୍ତୁ ଯେ ଏହି ଦୁଇଟି ଦେଶ କମନ ୱେଲ୍ଥ ରାଷ୍ଟ୍ରର ଅଂଶ ଏବଂ ବର୍ତମାନ ବ୍ରିଟେନ ମଧ୍ୟ କମନ ୱେଲ୍ଥ ରାଷ୍ଟ୍ର ର ଅଂଶ ହୋଇସାରିଛି l ଯାହା ଦର୍ଶାଉଛି କି ଉଭୟ ଦେଶ ମଧ୍ୟରେ ୟୁନିୟନ ଜ୍ୟାକ ର ଉପସ୍ଥିତି ବିଶେଷ ସମ୍ବନ୍ଧ ସୃଷ୍ଟି କରୁଛି l
ଏହା ପ୍ରମାଣ ଦେଉଛି ଯେ ପୂର୍ବ ବ୍ରିଟିଶ ଉପନିବେଶ ଅଷ୍ଟ୍ରେଲିଆ ଓ ନିୟୁଜିଲ୍ୟାଣ୍ଡ କୁ ମାନ୍ୟତା ଦେଉଛି ଓ ଉଭୟ ଦେଶଙ୍କ ଉନ୍ନତିରେ ସହଯୋଗୀ ଅଟେ l ବିଶେଷ କଥାଟି ହେଲା ଉଭୟ ଦେଶର ଜାତୀୟ ପତାକା ରେ ଏତେ ସମାନତା ରହିଛି ଯେ ୨୦୧୮ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବିଙ୍ଗଷ୍ଟନ ପୀଟର୍ସ ଅଷ୍ଟ୍ରେଲିଆ ସରକାର ଙ୍କୁ ଜାତୀୟ ପତାକା ପରିବର୍ତ୍ତନ କରିବା ପାଇଁ କହିଥିଲେ l ସାଧାରଣ ଭାବରେ ଉଭୟ ଦେଶର ପତାକା ଗାଢ଼ ନୀଳ ରଙ୍ଗର, ଅଷ୍ରେଲିଆ ପତାକା ରେ ୬ଟି ଧଳା ତାରା ରହିଥିବା ବେଳେ ନିୟୁଜିଲ୍ୟାଣ୍ଡ ପତାକା ରେ ୪ଟି ନାଲି ତାରା ରହିଛି ଓ ଉପର କୋଣ ରେ ୟୁନିୟନ ଜ୍ୟାକ ରହିଛି l
ଭାରତ ପାଇଁ ମଧ୍ୟ ୧୯୪୭ ରେ ବ୍ରିଟେନ ଶାସନ ର ଶେଷ ଭାଇସରାୟ ଲର୍ଡ଼ ମାଉଣ୍ଟବେଟନ ଏହି ପ୍ରକାର ପତାକା ର ପ୍ରସ୍ତାବ ରଖିଥିଲେ, ସେତେବେଳେ ନେହରୁ ଓ ଜିନ୍ନା ଉଭୟ ଏହାକୁ ଅମାନ୍ୟ କରିଥିଲେ l