Odisha news

କାନ୍ଦିଲା ଗ୍ୟାଙ୍ଗଷ୍ଟର ଅତୀକ୍ ଅହମଦ୍‌ : ମୋ ପୁଅର ମୃତ୍ୟୁ ପାଇଁ ମୁଁ ଦାୟୀ

0

ନୂଆଦିଲ୍ଲୀ: ମୁଁ ମୋ ପୁଅର ମୃତ୍ୟୁ ପାଇଁ ଦାୟୀ। ଜେଲ୍ ଯିବା ବେଳେ ଏଭଳି କହି କାନ୍ଦିଲା ଗ୍ୟାଙ୍ଗଷ୍ଟର ଅତୀକ୍ ଅହମଦ୍‌। ଏପ୍ରିଲ ୧୩ ତାରିଖରେ ଝାନ୍‌ସୀରେ ଉତ୍ତର ପ୍ରଦେଶର ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ର (ଏସ୍‌ଟିଏଫ୍‌) ଏନ୍‌କାଉଣ୍ଟର୍‌ରେ ଉମେଶ ପାଲ୍‌ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଅତୀକ୍‌ ଅହମଦ୍‌ର ପୁଅ ଅସଦ୍‌ ନିହତ ହୋଇଥିଲା।

ଉମେଶ ପାଲ୍‌ ହତ୍ୟା ମାମଲାରେ ଆଜି ଅତୀକ୍‌ ଅହମଦ୍କୁ ପ୍ରୟାଗରାଜସ୍ଥିତ ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ହାଜର କରାଯାଉ ଥିବା ବେଳେ ଏନ୍‌କାଉଣ୍ଟର୍‌ରେ ପୁଅ ଅସଦ୍‌ର ମୃତ୍ୟୁ ହୋଇଥିବା କୁହାଯାଇଥିଲା। ଏହି ଖବର ପାଇ ଭୋ ଭୋ ହୋଇ କାନ୍ଦି ପକାଇଥିଲେ ଅତୀକ୍। ଅଦାଲତରେ ହାଜର ପରେ ଅତୀକକୁ ଜେଲ୍ ନିଆଯାଉଥିବା ବେଳେ ସେ ଗଣମାଧ୍ୟମ ଆଗରେ ଏକ ନିବେଦନ କରିଥିବା ଜଣାପଡ଼ିଛି। ସେ କହିଛି ଯେ, ମୁଁ ମୋ ପୁଅର ମୃତ୍ୟୁ ପାଇଁ ଦାୟୀ। ମୋତେ ମୋ ପୁଅର ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଅନୁମତି ଦିଆଯାଉ। ଏନେଇ ୟୁପି ପୁଲିସ ବ୍ୟବସ୍ଥା କରୁ। ତେବେ କୋର୍ଟ ଏନେଇ ଅନୁମତି ଦେଉଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

ପୁଲିସ କହିଛି ଯେ, ଉତ୍ତର ପ୍ରଦେଶ ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ ଟିମ୍‌ ଉପରକୁ ଅସଦ୍ ଓ ଗୁଲାମ ପ୍ରଥମେ ଗୁଳି ଚଳାଇଥିଲେ। ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ ଟିମ୍‌ ପାଲଟା ଗୁଳି ଚଳାଇବାରୁ ଦୁହିଁଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ନିକଟରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ନୂଆ ସେଲ୍‌ଫୋନ୍‌ ଏବଂ ସିମ୍‌ କାର୍ଡ ଉଦ୍ଧାର କରାଯାଇଛି।

Leave A Reply