ଆଠଗଡ ତା ୧୩/୧୦/୨୨ ଆଠଗଡ଼ ର ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଏବଂ ବ୍ଲକ ର ସମସ୍ତ ନବନିର୍ବାଚିତ ସଦସ୍ୟ ମାନଙ୍କୁ ଆଠଗଡ଼ ସ୍ଥିତ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ସମ୍ବର୍ଦ୍ଧିତ କରାଯାଇଛି। ଏତଦବ୍ୟତୀତ ସରକାରଙ୍କ ସମସ୍ତ ଜନହିତକର କାର୍ଯ୍ୟକ୍ରମ କିଭଳି ଭାବରେ ତୃଣମୂଳ ସ୍ତରରେ ପହଞ୍ଚି ପାରିବ ସେଥିପ୍ରତି ଉପସ୍ଥିତ ଥିବା ସମସ୍ତ କର୍ମୀମାନେ ସପଥ ନେଇଥିଲେ। ବିଜୁ ଛାତ୍ର ଜନତା ଦଳର ସଭାପତି ସତ୍ୟପ୍ରିୟ ମହାନ୍ତି, ହିମାଂଶୁ ଶେଖର ସ୍ୱାଇଁ, ମହମ୍ମଦ ଖଲିଦ, ବିନୋଦ ମାଝୀ, ପ୍ରିତିରଞ୍ଜନ ବେହେରା, ଶିବଶଙ୍କର ଜେନା, ସୁପ୍ରିମା ପରିଡ଼ା,ରମା ଦଳେଇ, ଙ୍କ ସମେତ ବିଜୁ ଯୁବ ଛାତ୍ର ମହିଳା ପଦାଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆଠଗଡ଼ ବିଜୁଜନତା ଦଳର ସଭାପତି ରବିନ୍ଦ୍ରନାଥ ରାଉତ, ନୃସିଂହ ଚରଣ ମହାପାତ୍ର,ପଦିପ୍ତ କୁମାର ଦାସ, ଅଶୋକ ରାଉତ, ଏନ୍ ଏ ସି ଅଧକ୍ଷା ସସ୍ମିତା ରାଉତ, ବାସନ୍ତୀ ରାଉଳ, ସୁବର୍ଣ୍ଣ ମଞ୍ଜରୀ ଭ୍ଞ ଙ୍କ ସହିତ ସମସ୍ତ କାଉନସିଲର ସଦସ୍ୟ ଉପସ୍ଥିତ ଥିଲେ।
