Odisha news

ପାଣିରେ ବୁଡି ୨ବର୍ଷର ଶିଶୁ ମୃତ୍ୟୁ

0

କଣାସ : ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତ ରାଣିପଡ଼ା ଗ୍ରାମର ତପନ ସୁନ୍ଦରାୟଙ୍କ ପୁତ୍ର ସାଇ ସୁନ୍ଦରାୟ ବୟସ ୨ ବର୍ଷ ମାମୁ ଘର ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ପାଇକମରା ଗ୍ରାମରେ ରହି ପାଠ ପଢ଼ୁଥିଲା । ବାହାରକୁ ଯାଇ ଘରୁକୁ ଫେରିବାର ବିଳମ୍ବ ହେବାରୁ ମାମୁ ଘର ଲୋକ ବିଭିନ୍ନ ସ୍ଥାନ ଖୋଜା ଖୋଜି କରିବା ପରେ ନିକଟ ପୋଖରିରୁ ଶିଶୁଟିକୁ ଉଦ୍ଧାର କରିଥିଲେ ।ପରେ ନିକଟସ୍ଥ ମେଡିକାଲ୍ କୁ ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ ସ୍ଥାନୀୟ ସରପଞ୍ଚ ବିଜୟନୀ ପାତ୍ର ଓ ସମାଜସେବୀ ଗୁଣନିଧି ପାତ୍ର ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବୀ କରିଛନ୍ତି।

Nalco
Leave A Reply