Odisha news

ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

0

ଆଠଗଡ ତା ୧୦/୧୦/୨୨ ଆଠଗଡ଼ ର ବିଧାୟକ ତଥା ଓଡ଼ିଶା ର ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କ  ନେତୃତ୍ଵ ରେ ଆଜି  ଆଠଗଡ଼ ନିର୍ବାଚନ ମଣ୍ଡଳୀ ର ଆଠଗଡ଼ ବ୍ଲକ ଧାଇପୂର ବିଜୁ ଜନତା ଦଳ ତରଫରୁ  ଗଦାଧରପୁର ଶିବ ମନ୍ଦିର ଠାରୁ  ଆରମ୍ଭ  ହୋଇ ଛତାବର ଶିବ ମନ୍ଦିର ପର୍ଯ୍ୟନ୍ତ  ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ବିଜୁଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ମାସ ୨ ତାରିଖ ରୁ ନଭେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ  ଜନସଂପର୍କ ପଦଯାତ୍ରା କରାଯିବା ପାଇଁ  ଦଳ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ଆଠଗଡ଼ ବ୍ଲକ ବିଜୁ ଜନତା ଦଳ ର ସଭାପତି ରବୀନ୍ଦ୍ରନାଥ ରାଉତ କଟକ ଜିଲ୍ଲା ବିଜୁ ଜନତା ଦଳ ର ଉପସଭାପତି ନୃସିଂହ ଚରଣ ମହାପାତ୍ର ସମ୍ପାଦକ ଅଶୋକ ରାଉତ , କଟକ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ୍ତ ଦାସ ଆଠଗଡ଼ ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଘଡ଼େଇ ,ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ ସରପଞ୍ଚ ଙ୍କ ପତିନିଧି ସଞ୍ଜୟ କୁମାର ସାହୁ , ସମିତି ସଭ୍ୟ  ସୋନାଲି ଗୋଚ୍ଛାୟତ ଧାଇପୁର ବିଜେଡି ଦଳ ସଭାପତି ଉଦ୍ଧବ ଚରଣ ସାହୁ ଯୁବ ନେତା ଧନେଶ୍ଵର ବେହେରା,ଶଶଧର ସାହୁ,ପ୍ରଶାନ୍ତ ସାହୁ ,କୁନୁ ସାହୁ ,ଛାତ୍ର ସଭାପତି ସତ୍ୟପ୍ରିୟ ମହାନ୍ତି , ଛାତ୍ର ନେତା ବିଭୂତି ଖଟୁଆ, ଶୁଭେନ୍ଦୁ ବେଉରା ,ମହମ୍ମଦ ଖଲିଦି ବହୁ ଛାତ୍ର ନେତା ବରିଷ୍ଠ ନେତା ଓ ନାରୀ ନେତ୍ରୀ ଲକ୍ଷ୍ମୀପ୍ରିୟ ବେହେରା ,ବସନ୍ତି ରାଉଳ , ଜାନକୀ ଲତା ନାୟକ, ଯୁବ ନେତା ସରୋଜ ଦାସ, ଶିବଶଙ୍କର ଜେନା ,ଶିଶିର ମାନସିଂହ ବେଣ୍ଟପଦା ସରପଞ୍ଚ ଶ୍ରୀକାନ୍ତ ପଣ୍ଡା ଯୋଗ ଦେଇଥିଲେ । ଏହି ପଦଯାତ୍ରାରେ ଆଠଗଡ ବ୍ଲକ ଜୋନ ନମ୍ବର ତିନି ର ସମସ୍ତ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ଯୋଗଦେଇଥିଲେ।

Nalco
Leave A Reply