ଆଠଗଡ଼ ତା ୧୮-୧୨-୨୩ ଖୁଣ୍ଟୁଣୀ ଅଞ୍ଚଳ ପାଲଟିଛି ଚୋରା ଦେଶୀ ମଦ ର ହବ। ଏଠାରେ ପ୍ରତିଦିନ ହଜାର ହଜାର ଲିଟର ଦେଶୀ ମଦ ରନ୍ଧା ଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଯାଉଛି। ଏଠିକାର ମାଫିଆ ମାନେ ଜଙ୍ଗଲ ଭିତରେ ସ୍ପଷ୍ଟ ଦିବାଲୋକରେ ଖୁଲମଖୁଲା ଭାବରେ ଦେଶୀ ମଦ ପ୍ରସ୍ତୁତ କରିଥାନ୍ତି। ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଥିଲେ ମଧ୍ୟ ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କୋହଳ ହେବା ଯୋଗୁ ମଦ ମାଫିଆମାନେ ଚୋରା ଦେଶୀ ମଦ ରନ୍ଧା ଜାରି ରଖିଥାନ୍ତି। ସୋମବାର ଅବକାରୀ ବିଭାଗ ପକ୍ଷରୁ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଖଣ୍ଡୁଆଳୀ ଏବଂ ଡାଳୁଆ ସଂରକ୍ଷିତ ଜଙ୍ଗଲରେ ଚଢାଉ କରି ମଦ ସହିତ ପୋଚ ନଷ୍ଟ କରା ଯାଇଛି। ଚଢାଉ ସମୟରେ ମାଫିଆ ଖସି ଯାଇଥିବା ବେଳେ ତିନୋଟି ଫେରାର ମାଫିଆ ଙ୍କ ନାମରେ ମାମଲା ରୁଜୁ କରା ଯାଇଥିବା ବିଭାଗୀୟ ସୁତ୍ରରୁ ଜଣାପଡିଛି। ଚଢାଉ ପୂର୍ବରୁ ମାଫିଆ ମାନେ କିଭଳି ଭାବେ ଫେରାର ହେଉଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଆଜିର ଚଢାଉ ରେ ୫୯୧୫ ଲିଟର ଗୁଡ଼ ପୋଚ ସହିତ ୩୧୫ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ କରା ଯାଇ ନଷ୍ଟ କରା ଯାଇଥିବା ଜଣାପଡିଛି।
