Odisha news

ବିଜୁ ସେତୁ ଭୂମିପୂଜା ଆଠଗଡ଼ ସହ ସିଧା ଯୋଡି ହେବ ସଠିଲୋ ପଞ୍ଚାୟତ।

0
ଆଠଗଡ଼ ୧/୧୧/୨୩ ଆଠଗଡ଼ ସହର ସହିତ ସିଧାସଳଖ ଯୋଡି ହେବ ସଠିଲୋ ପଞ୍ଚାୟତ ନବୀନ ଓଡ଼ିଶା ଯୋଜନା ରେ ୬ କୋଟି ୧୪ ଲକ୍ଷ ଟଙ୍କାର ବିଜୁ ସେତୁ ର ଭୂମିପୂଜା ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ କରକମଳରେ ଅନୁଷ୍ଠିତ ହୋଇଛି। ଆଠଗଡ଼ ସହର ଉପକଣ୍ଠ ଗଣେଶ ମୁଣ୍ଡିଆ ଠାରେ ଏହି ସେତୁ ହେବା ଦ୍ବାରା ସଠିଲୋ ଓ ସମସରପୁର ପଞ୍ଚାୟତ ର ଗ୍ରାମ ଗୁଡ଼ିକର ଜନସାଧାରଣ କମ ସମୟରେ ଆଠଗଡ଼ ସହର ସହିତ ସମ୍ପର୍କ ରକ୍ଷାକରି ପାରିବେ। ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଏହି ସେତୁ ନିର୍ମାଣ ସାରିବାକୁ ଆଜିର କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ଠିକାଦାର କମଳ ଲୋଚନ ଦାସ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ର କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭ୍ୟା ଶାନ୍ତି ଲତା ବେହେରା, ସରପଞ୍ଚ ବିଣାପାଣି ପରିଡ଼ା, ସମିତି ସଭ୍ୟ ସୁବାସ ପାଳ, ସୁନୀଲ ପରିଡ଼ା  ପ୍ରଶନ୍ନ ପରିଡ଼ା ସୂର୍ଯ୍ୟ ନାରାୟଣ ପାଳ ରମାକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply