Odisha news

ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୌଧ କାରବାର ନିରୋଧ ଦିବସରେ ସଚେତନତା।                                       

0
ଆଠଗଡ ୨୬/୦୬/୨୩  ସୋମବାର  ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ଅବସରରେ ସଚେତନତା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଆଠଗଡ ଅବକାରୀ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି ସଚେତନତା ରାଲି ଅବକାରୀ କାର୍ଯ୍ୟାଳୟ ଠାରୁ ନଗର ପରିକ୍ରମା କରିଥିଲା। ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରି ନିଶା ଠାରୁ ଦୂରରେ ରହିବା ତଥା ନିଶା କାରବାରରେ ଜଡ଼ିତ ନ ହେବା ପାଇଁ ପରାମର୍ଶ ଦିଆଯାଇଥିଲା। ସେହିପରି ନିଶା ଜାତୀୟ ଦ୍ରବ୍ୟ ଗୁଡକା , ତମାଖୁ ପ୍ରଭୁତି ର ଭୟାଭୟତା ତଥା ଏହା ସେବନ ଦ୍ବାରା କିପରି ମାରାତ୍ମକ ରୋଗର ଶିକାର ହେଉଛନ୍ତି ସେ ବିଷୟରେ ଆଲୋକପାତ କରାଯାଇଥିଲା। ଏହି ସଚେତନତା ରାଲି ରେ ଆଠଗଡ ଅବକାରୀ ଡେପୁଟି ସୁପରିଟେଣ୍ତ ପ୍ରମୋଦ କୁମାର ପଣ୍ଡା , ଅବକାରୀ ଇନିସପେକ୍ଟର କେଶବ ଚନ୍ଦ୍ର ଦାସ , ସବ ଇନିସପେକ୍ଟର ସୌମ୍ୟ ରଞ୍ଜନ ମାଝୀ  ପ୍ରମୁଖ ଅବକାରୀ କର୍ମଚାରୀ ସାମିଲ ଥିଲେ।

Leave A Reply