ଆଠଗଡ଼ ୨/୫/୨୩ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶନାରେ ସାମାଜିକ ପଛୁଆ ବର୍ଗ ଲୋକଙ୍କ ପାଇଁ ସର୍ଭେ ଆରମ୍ଭ ହୋଇଥିଲା ବେଳେ ଆଠଗଡ଼ ବ୍ଲକ ପ୍ରଶାସନ ତରଫରୁ ଉପଯୁକ୍ତ ପ୍ରସାର ପ୍ରଚାର ଅଭାବ ପାଇଁ ଆଠଗଡ଼ ବ୍ଲକରେ ଏହି କାର୍ଯ୍ୟ ସଠିକ ଭାବେ ଆରମ୍ଭ ହୋଇପାରି ନାହିଁ, ଆଠଗଡ଼ ବିଡିଓ ପ୍ରଦୀପ୍ତ କୁମାର ସାହୁଙ୍କ ସୂଚନା ଅନୁଯାୟୀ ଆଠଗଡ଼ ବ୍ଳକର ୭୪ ଟି କେନ୍ଦ୍ର ରେ ୭୪ ଜଣ ଗଣନାକାରୀ ନିଯୁକ୍ତି ଦିଆଯାଇଛି, ସେମାନଙ୍କୁ ତଦାରଖ କରିବା ପାଇଁ ଆଠଗଡ଼ ବିଡ଼ିଓଙ୍କ ନେତୃତ୍ୱରେ ଏକ ତଦାରଖ କାରି ଦଳ ଗଠନ କରାଯାଇଛି । ଏହି ତଦାରଖ କାରି ଦଳ ଗତ କାଲି ପ୍ରଥମ ଦିବସରେ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିବା ସମୟରେ ପ୍ରଚାର ପ୍ରସାର ଅଭାବରୁ ଗଣନା କାର୍ଯ୍ୟ ସଠିକ ଭାବେ ଆରମ୍ଭ ହୋଇ ନ ଥିବା ଦେଖିବାକୁ ମିଳିଥିଲା । , ପରେ ଏହି ଦଳ ରାଜନଗର ହାଇସ୍କୁଲ କେନ୍ଦ୍ର ନିକଟରେ ପହଁଚିଲା ବେଳକୁ କେନ୍ଦ୍ରର ଫାଟକ ବନ୍ଦ ଥିବା ଦେଖିବାକୁ ମିଳିଥିଲା, ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦିପ୍ତ କୁମାର ସାହୁ ,ସଂମ୍ପୃକ୍ତ ଗଣନା କାରିକୁ ଡାକି ତାଗିଦ କରିବାରୁ
ପ୍ରଧାନ ଶିକ୍ଷକ ଫାଟକ ଖୋଲି ନ ଥିଲେ ବୋଲି ପ୍ରକାଶ କରିଥିଲେ । ଗଣନା କାରୀଙ୍କ ଅଭିଯୋଗ ଆଧାରରେ ସଂପୃକ୍ତ ପ୍ରଧାନ ଶିକ୍ଷକ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଜଣାଇ ଦେଇଥିଲେ,କିନ୍ତୁ ଏ ସଂମ୍ପର୍କରେ ଜନସାଧାରଙ୍କ ମତାମତ ନେବାରେ ଜଣାପଡିଛି ଯେ ଉପଯୁକ୍ତ ପ୍ରଚାର ପ୍ରସାର ଅଭାବରୁ ସାଧାରଣ ଲୋକମାନେ ଏ ସଂମ୍ପର୍କରେ ଜାଣି ପାରି ନାହାଁନ୍ତି, ଯାହା ଫଳରେ ସରକାରଙ୍କର ଏହି ଯୋଜନାର ସୁଫଳ ମିଳିବା ନେଇ ସାଧାରଣରେ ଚର୍ଚା ଜୋର ଧରିଛି