Odisha news

କଳିଙ୍ଗନଗରରେ ଅପପୁଷ୍ଟିରେ ଶିଶୁ ଆକ୍ରାନ୍ତ ଘଟଣାରେ ତିନି ସଚିବ ଗ୍ରସ୍ତ।

0
ଡ଼ୁବୁରୀ : ଯାଜପୁର ଜିଲ୍ଲାର କଳିଙ୍ଗନଗର ଦାନଗଦୀରେ  ଅପପୁଷ୍ଟିରେ ବହୁତ ଶିଶୁ ଆକ୍ରାନ୍ତିତ ହେବା ସହ ମାସକ ମଧ୍ୟରେ ଦୁଇ ଶିଶୁ ମୃତ୍ୟୁବରଣ ଘଟଣାକୁ ନେଇ ଶିଶୁ ଅଧିକାର କର୍ମୀ ମଣ୍ଟୁଦାସ ହାଇକୋର୍ଟଙ୍କ ଶିଶୁଙ୍କ କଲ୍ୟାଣ ନିମନ୍ତେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଏହି ଜନସ୍ବାର୍ଥ ମାମଲାରେ କିଆଝର, ଶାଳିଜଙ୍ଗା,  ନଡ଼ିଆଭଙ୍ଗା, ରଣାଗୁଣ୍ଡି, ଧୂଳିଗଡ ଓ ଚାନ୍ଦିଆ ପଞ୍ଚାୟତରେ ବହୁ ଶିଶୁ ଅପପୁଷ୍ଟିରେ ପୀଡିତ, ଅନେକ ଶିଶୁଙ୍କ ଆଧାର କାର୍ଡ ନଥିବାରୁ ଖାଦ୍ଯ ଅଧିକାରରୁ ବଞ୍ଚିତ ହେବା ଓ ସମନ୍ବିତ ଶିଶୁବିକାଶ ପ୍ରକଳ୍ପ ଫେଲ ମାରିବା ଅଭିଯୋଗ ସହ ପୀଡିତ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ପ୍ରାର୍ଥନା କରାଯାଇଥିଲା।  ଏହି ମାମଲାକୁ ଅତିବ ଗୁରୁତ୍ବର ସହ ନେଇ ହାଇକୋର୍ଟଙ୍କ ଉଭୟ ଭାରତ ସରକାର ଓ ରାଜ୍ଯ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅତିରିକ୍ତ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିବାପାଇଁ ନିର୍ଦେଶ ଦେଇଥିଲେ ଏବଂ ଜିଲ୍ଲାପାଳ ସହିତ ସିଡିଏମ୍ଓ ମିଳିତ ତଦନ୍ତ କରି ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାପାଇଁ ନିର୍ଦେଶ ଦେଇଥିବା ବେଳେ ଆଜି ଦାନଗଦିର ବୁରୁଡ଼ିସାହି,କିଆଝର,ଆମ୍ବବେଡା ଓ ଘାଟିସାହି ପରିଦର୍ଶନ କରି ତଦନ୍ତ କରିଛନ୍ତି । ଉକ୍ତ ପରିଦର୍ଶନ କରି ତଦନ୍ତରେ ସ୍ୱାସ୍ଥ୍ୟ ସଚିବ ସାଳିନି ପଣ୍ଡିତ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଶୋଭା ଶର୍ମା,ପଞ୍ଚାୟତରାଜ୍ ବିଭାଗ ସଚିବ ସୁଶୀଲ କୁମାର ଲୋହନି,ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ସିଡିଏମ୍ଓ ସହ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।ଏହି ରିପୋର୍ଟକୁ ଯଥାଶୀଘ୍ର ମେ ମାସ ୧୫ତାରିଖ ଦାଖଲ କରିବାସହ ପରବର୍ତୀ ଶୁଣାଣୀ ୧୮ତାରିଖକୁ ରଖାଯାଇଛି।ଦାନଗଦୀ ବ୍ଳକରେ ଘାଟି ସାହିର ଶତାଧିକ ଆଧାର କାର୍ଡ ନଥିବା ଖାଦ୍ଯ ଅଧିକାର ,ଭତ୍ତାକୁ ନେଇ ବଞ୍ଚିତ ଥିବାର ଅତିରିକ୍ତ ସଚିବଙ୍କ ଅଭିଯୋଗ କରିଥିଲେ।
Nalco
Leave A Reply