Odisha news

ଆଠଗଡ ନିର୍ବାଚନ ମଣ୍ଡଳୀର ୫ ଟି ବିଦ୍ୟାଳୟ ଓ ମିଶନ ଶକ୍ତି ଗୃହ ନିର୍ମାଣ ସଠିକ ଭାବରେ  ସମୀକ୍ଷା ବୈଠକ

0
ଆଠଗଡ ୨୫/୦୪  ମଙ୍ଗଳବାର ଆଠଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ୫ ଟି ବିଦ୍ୟାଳୟ ଓ ମିଶନ ଶକ୍ତି ଗୃହ ନିର୍ମାଣ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗ ଦେଇଥିଲେ। ଆଠଗଡ ,ତିଗିରିଆ ବ୍ଲକରେ ୫ ଟି ବିଦ୍ୟାଳୟ , ମିଶନ ଶକ୍ତି ଗୃହ ,ଅଙ୍ଗନବାଡି ଗୃହ , ବିଭିନ୍ନ ଚିକିତ୍ସାଳୟର ଭିତ୍ତିଭୂମି ଉପରେ ସମୀକ୍ଷା କରାଯାଇ ତୁରନ୍ତ କାର୍ଯ୍ୟ ଶେଷ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଆଠଗଡ , ତିଗିରିଆ ବ୍ଲକରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଉପରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଉଭୟ ବ୍ଲକର ବିଡ଼ିଓ ,ତହସିଲଦାର ମାନଙ୍କୁ ମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷା ବୈଠକରେ ଆଠଗଡ ବିଡ଼ିଓ ପ୍ରଦୀପ କୁମାର ସାହୁ , ତିଗିରିଆ ବିଡ଼ିଓ ପ୍ରଣବ କୁମାର ବେହେରା , ଆଠଗଡର ସହକାରୀ ବ୍ଲକ ଶିକ୍ଷା ଧିକାରୀ ନବ କିଶୋର ସାହୁ , ଆଠଗଡ ବ୍ଲକର ସହକାରୀ ନିର୍ବାହୀଯନ୍ତୀ ବିଷ୍ଣୁ ପ୍ରସାଦ ଖାଡେଙ୍ଗା , ତିଗିରିଆ ଆର ଡବ୍ଲ୍ୟୁ ଏସର ସହକାରୀ ନିର୍ବାହୀଯନ୍ତୀ ସମୀର କୁମାର ରଥ , ଆଠଗଡର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply