Odisha news

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କାଣ୍ଡ

0

ଆଠଗଡ଼ ୧୯/୪/୨୩  ତିଗିରିଆ ନୂଆପାଟଣା ଗ୍ରାମର  ବିଶ୍ଵନାଥ ବାରିକ୍ ଓରଫ୍ ମଣ୍ଟୁ ବାରିକ୍ ଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି । ଚଳିତ ବର୍ଷ ହୋଲି ଦିନ ମଣ୍ଟୁ ବାରିକ୍ ଓ ତାର କିଛି ସହଯୋଗୀ ଲୋକଙ୍କ ଦ୍ୱାରା ଚାରି ଜଣଙ୍କୁ ଖଣ୍ଡା ଭୁଜାଲି ଦ୍ଵାରା ଆକ୍ରମଣ କରାଯାଇଥିଲା। ଲହୁ ଲୁହାଣ ଭାବେ ସେମାନଙ୍କୁ ସ୍ଥାନୀୟ ମାଣିଆ ବନ୍ଧ ମେଡିକାଲ ରେ ଭର୍ତି କରାଯାଇଥିଲା । ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ସେହି ଘଟଣାକୁ କେନ୍ଦ୍ର କରି ହତ୍ୟା ହୋଇଥିବା ପୋଲିସ୍ ତାର ପ୍ରାଥମିକ ତଦନ୍ତରୁ ଜାଣି ପାରିଛି । ମୃତକ ବିଶ୍ଵନାଥ ବାରିକ୍ ଓରଫ୍ ମଣ୍ଟୁ ବାରିକ୍ ନାମରେ ତିଗିରିଆ, ଥାନା ବ୍ୟତୀତ ଅନ୍ୟାନ୍ୟ ଥାନାରେ ଏକାଧିକ  ଅପରାଧିକ ମାମଲା ରହିଛି । ହୋଲି ଘଟଣାର ଅଭିଯୋଗ କ୍ରମେ ଚାରି ରୁ ଅଧିକ ଅପରାଧୀଙ୍କୁ ଗିରଫ କରା ଯାଉଥିବା ବେଳେ ମଣ୍ଟୁ ବାରିକ୍ ଫେରାର ଥିଲା । ଫଳ ସ୍ୱରୂପ ଆଜି ମଣ୍ଟୁ ବାରିକ୍ ଆଜି ଗୋକର୍ଣ ଖାଲ ନିକଟରେ ଥିବା କ୍ରସର୍ କୁ ନିଜର କାର୍ଯ୍ୟ କରିବା ପାଇଁ ଯାଇଥିବା ବେଳେ କିଛି ଦୁର୍ବୃତ ତାଙ୍କୁ ଉଠାଇ ନେଇ ସ୍ଥାନୀୟ ରେଙ୍ଗାଲି ଡ୍ୟାମ ନିକଟରେ ହାତ ବାନ୍ଧି ନିସ୍ତୁକ ମାଡ ମାରିବା ସହ ମୁଣ୍ଡ, ହାତ ଓ ଗୋଡ଼କୁ ହାଣି ହତ୍ୟା କରିଥିବା ପରିବାର ପକ୍ଷରୁ ତିଗିରିଆ ଥାନାର ଲିଖିତ ଅଭିଯୋଗ କରିଛନ୍ତି । ହତ୍ୟା ଘଟଣା ଖବର ପାଇବା ପରେ ଘଟଣା ସ୍ଥଳରେ ଆଠଗଡ଼ SDPO ବିଜୟ କୁମାର ବିଶି, ଆଠଗଡ଼ ଥାନା ଅଧିକାରୀ, କାନପୁର ଥାନା ଅଧିକାରୀ, ମାଣିଆ ବନ୍ଧ ଥାନା ଅଧିକାରୀ ପହଞ୍ଚିବା ସହିତ ଘଟଣା ର ଅନୁ ସନ୍ଧାନ କରିଥିଲେ । ଘଟଣା ସ୍ଥଳରେ ଉତେଜନା ସୃଷ୍ଟି ହେବାରୁ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ ସହିତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ମୃତକଙ୍କ ମୃତ ଦେହ ରଖି ସ୍ଥାନୀୟ ଲୋକଙ୍କ ଦ୍ୱାରା ୬୫ ନମ୍ୱର୍ ରାଜ୍ୟ ରାଜପଥ ଅବରୋଧ କରାଯାଇଥିଲା । ଦାବୀ ମୁତାବକ ଖୁବ୍ ଶିଘ୍ର ସମ୍ପୁତ ଆସାମୀ ମାନଙ୍କୁ ଗିରଫ କରାଯିବା ନେଇ ପ୍ରତିଶ୍ରୁତି  ଦେବା ପରେ ରାସ୍ତା ରୋକ୍ ହଟିଥିଲା । ତିଗିରିଆ ଥାନା କେଶ୍ ନଂ ୭୬/୨୩ ରୁଜୁ କରି ତଦନ୍ତ ଆରମ୍ଭ କରିଛି ବୋଲି ଥାନା ଅଧିକାରୀ ସୁଚିତ୍ରା ଜେନା ପ୍ରକାଶ କରିଛନ୍ତି।

IEC 2 years
Leave A Reply