Odisha news

ମୋଟର ସାଇକେଲ ଦୁର୍ଘଟଣାରେ ଯୁବକ ଗୁରୁତର

0
ବାଲିତୁଠ: ୧୯/୪ ଏରସମା ବ୍ଲକ ଅନ୍ତର୍ଗତ ନୂଆଗାଁ ପଂଚାୟତ ମଠସାହି ର ସୁନାକର ମାଝି ଙ୍କ ବଡ ପୁଅ ସମୀର ମାଝୀ  (୩୫)ବୁଧ ବାର ସକାଳୁ ସକାଳୁ ଦୁର୍ଘଟଣା ହୋଇଥିବା ଜଣାପଡିଛି।ଶ୍ରୀ ମାଝୀ ପ୍ରତିଦିନ ଭଳି ମଙ୍ଗଳ ବାର ଦିନ ପାରାଦୀପର ଏକ ଚିଙ୍ଗୁଡ଼ି କମ୍ପାନୀରେ ଇଲେଟ୍ରିସିଆନ ଭାବେ କାମସାରି ରାତି ୯ ଟା ୩୦ରେ ଆସିଥିଲେ । ସେ ଜଣେ  ରାମନୀଳ। କଳା କାର ।ତେଣୁ କୁଜଙ୍ଗ ବ୍ଲକ ପାନପୁଲିର କାଞ୍ଜିଆକଣ ଗ୍ରାମରେ  ଯାତ୍ରା ସାରି  ବାଲିତୁଠ ଗଡକୁଜଙ୍ଗ ରାସ୍ତାରେ ଘରକୁ ଫେରୁଥିବା ବେଳେ  ଘୋରି ମୁଣ୍ଡା ରାସ୍ତା ନିକଟ ଗଛରେ ପିଟିହୋଇ   ଚେତାହୀନ ଅବସ୍ଥାରେ ପଡ଼ିଥିଲେ । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଜଣାପଡିଛି।ବାଟୋଇ  ଶ୍ରୀ ମାଝୀ ଙ୍କୁ ଉଦ୍ଧାର କରି ଘରକୁ ଖବର ଦେବା ସହିତ ନିକଟସ୍ଥ ବାଲିତୁଠ ମେଡିକାଲକୁ ନେଇଥିଲେ ।ପରେ ଗୁରୁତର ଅବସ୍ଥାରେ କଟକ  ବଡ଼ ମେଡିକାଲରେ ଆଇ ସି ୟୁ ରେ ଭର୍ତ୍ତି କରାଯାଇଛି ।ଶ୍ରୀ ମାଝୀ ଜଣେ ବଳିଷ୍ଠ ହାସ୍ୟ ଅଭିନେତା ଭାବେ ଏରସମା, କୁଜଙ୍ଗ ଅଞ୍ଚଳରେ ଜଣାଶୁଣା ।ଏଘଟଣା ଜଣାପଡିବା ପରେ ନୂଆଗାଁ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ମାଝୀ ଜୀବନ ସଂଗ୍ରାମ କରୁଥିବାବେଳେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି ।ତେଣୁ ଆର୍ଥିକ ସାହାଯ୍ୟ ପାଇଁ ପରିବାର ପକ୍ଷରୁ  ଅନୁରୋଧ କରାଯାଇଛି।
ଅରୁଣ କୁମାର ପରିଡ଼ା
Govt
Leave A Reply