Odisha news

ନେତାଜୀ ଙ୍କ ଆଦର୍ଶ ରେ ସମସ୍ତ ଅନୁପ୍ରାଣିତ ହୁଅନ୍ତି।

0
ଆଠଗଡ଼ ତା ୨୩/୧/୨୩  ଆଠଗଡ଼ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ନେତାଜୀ ଜୟନ୍ତୀ ଉତ୍ସବରେ ଉପଖଣ୍ଡ ପୋଲିସ ଅଧିକାରୀ ବିଜୟ କୁମାର ବିଶି ଯୋଗଦେଇ ସମସ୍ତେ ବିଶେଷ କରି ଛାତ୍ରଛାତ୍ରୀ ମାନେ ନେତାଜୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ। ଆଠଗଡ଼ ବିକାଶ ପରିଷଦ ର ସଭାପତି ରାମନାରାୟଣ ମହାନ୍ତି ଙ୍କ ସଭାପତିତ୍ବରେ ଶୀ ଶରତ ଚନ୍ଦ୍ର ସାମନ୍ତ ଓ ବିକ୍ରମ ଦାଶ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ। ସନ୍ଧ୍ୟା ରେ ବିକାଶ ପରିଷଦ ପକ୍ଷରୁ ଏକ ମସାଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।
ଆଜି ସକାଳୁ ଅଶୋକ ନଗର ସ୍ଥିତ ବିବେକାନନ୍ଦ ଆଡଭାନ୍ସ ଇଂରାଜୀ ମିଡିୟମ ସ୍କୁଲ ରେ ବିବେକାନନ୍ଦ ଜୟନ୍ତୀ ପାଳନ କରାଯାଇଛି। ସାମ୍ବାଦିକ ବିଭୂତି ଭୂଷଣ ଖଟୁଆ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉତ୍ସବରେ ପରିଚାଳନା କମିଟିର ସଭାପତି ଅଶୋକ କୁମାର ମହାନ୍ତି ଏବଂ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ। ଏହି ଉପଲକ୍ଷେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ଆଠଗଡ଼ ସହରର ଅନ୍ୟତମ ବିଦ୍ୟାଳୟ ବିଶ୍ୱନାଥ ବିଦ୍ୟାପିଠ ସରକାରୀ ବାଳିକା ବିଦ୍ୟାଳୟ ରାସରଶିକପୁର ସ୍ଥିତ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ କୁଲାଇଲୋ ଠାରେ ଅବସ୍ଥିତ ଆଦର୍ଶ ବିଦ୍ୟାଳୟ ରେ ବିବେକାନନ୍ଦ ଜୟନ୍ତୀ ଓ ବିରସୁରେନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଓ ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Nalco
Leave A Reply