ଆଠଗଡ଼ ତା ୧୩/୧/୨୩ ଗତ ୧୧ ତାରିଖ ରେ କଟକ ରୁ ନିଖୋଜ ଥିବା ମହିଳା କ୍ରିକେଟ ଖେଳାଳି ରାଜଶ୍ରୀ ସ୍ୱାଇଁ ଙ୍କ ମୃତ ଦେହ ଆଠଗଡ଼ ଗୁରୁଡିଝାଟିଆ ଥାନା ବ୍ରାହ୍ମଣ ବସ୍ତ ଜଙ୍ଗଲ ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ପୁରୀ ଜିଲ୍ଲାର ରାମଚଣ୍ଡୀ ଥାନା ଅଞ୍ଚଳର ମହିଳା ଖେଳାଳି ରାଜଶ୍ରୀ ରାଜ୍ୟ ମହିଳା ଦଳରେ ସୁଯୋଗ ପାଇବା ପାଇଁ କଟକ ମଙ୍ଗଳା ବାଗ ରେ ରହି ଓ ସିଏ ତାଲିମ ଶିବିରରେ ପ୍ରାଟିସ କରୁଥିଲେ। ହଠାତ୍ ୧୧ ତାରିଖ ଦିନ ରାଜଶ୍ରୀ ତାଙ୍କ ରୁମକୁ ନ ଫେରିବାରୁ ଏସମ୍ପର୍କରେ ମଙ୍ଗଳାବାଗ ଥାନାରେ ଏକ ମିସିଙ୍ଗ କେଶ୍ ରୁଜୁ ହୋଇଥିଲା।ଗତ କାଲି ୧୨ ତାରିଖ ଆଠଗଡ଼ ଜଙ୍ଗଲ ବିଭାଗର କର୍ମଚାରୀମାନେ ଜଙ୍ଗଲକୁ ପେଟ୍ରୋଲିଙ୍ଗ ଯାଇଥିବା ବେଳେ ସ୍କୁଟି ଟି ଜଙ୍ଗଲିଆ ରାସ୍ତାରେ ଥୁଆ ହେବା ଦେଖି ଗୁରୁଡିଝାଟିଆ ପୋଲିସ କୁ ଖବର ଦେଇଥିଲେ।ଗୁରୁଡିଝାଟିଆ ପୋଲିସ ଘଟଣାସ୍ଥଳରେ ପହଂଚି ସ୍କୁଟି ଟି କୁ ଠାବ କରିଥିବା ବେଳେ ରାତ୍ରି ହେବାରୁ ମୃତ ଦେହ ପାଖରେ ପହଞ୍ଚିପାରିନଥିଲେ। ଆଜି ଶୁକ୍ରବାର ସକାଳୁ ଗୁରୁଡିଝାଟିଆ ପୋଲିସ ଓ ମଙ୍ଗଳାବାଗ ପୋଲିସ ମିଳିତ ଖୋଜାଖୋଜି ପରେ ସ୍କୁଟି ରହିଥିବା ସ୍ଥାନଠାରୁ ପ୍ରାୟ ୨୦୦ ମିଟର ଦୂରରେ ରାଜଶ୍ରୀ ଙ୍କ ମୃତ ଦେହ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଠାବ କରିଛି। ଗୁରୁଡିଝାଟିଆ ପୋଲିସ ଏହାକୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ଲୋକ ସେଠାରେ ପହଞ୍ଚି ଝିଅର ହତ୍ୟା ଅଭିଯୋଗ ଆଣିଛନ୍ତି। ଘଟଣା ସ୍ଥଳରେ OD 02BS 3011ସ୍କୁଟି ଟି ହେଲମେଟ ସହିତ ଥୁଆହୋଇ ରହିଥିଲା। ତତ୍ ସହିତ ଘଟଣା ସ୍ଥଳରୁ ଏକ ସୁଇସାଇଡ ନୋଟ ମିଳିଛି। ମୃତ କ୍ରିକେଟ ଖେଳାଳି ରାଜଶ୍ରୀ ଙ୍କ ମୁହଁ ଏବଂ ଦେହରେ କ୍ଷତ ରହିଥିବାରୁ ପୋଷ୍ଟ ମଟମ ପରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ଗୁରୁଡିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ କହିଛନ୍ତି। ଘଟଣା ସ୍ଥଳରେ ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସ ମାଜିଷ୍ଟ୍ରେଟ ଭାବେ ଏବଂ ଫରେନସିବ ଟିମ୍ ପହଞ୍ଚି ତଦନ୍ତ କରିବା ସହ ଶବକୁ ବ୍ୟବଛେଦ ପାଇଁ ପଠାଇବାକୁ ବ୍ୟବସ୍ଥା କରୁଛନ୍ତି।
