ରମ୍ଭା,13,1,23 ଚିଲିକା ପାରମ୍ପାରିକ ମତ୍ସ୍ୟଜୀବି ଗଣ ପରିଷଦ ପକ୍ଷରୁ ଏକ ପ୍ରତିନିଧି ଦଳ ଦଳ ଜିଲ୍ଲାପାଳ ଖୋର୍ଦ୍ଧା ଓ ପୁରୀ ଙ୍କୁ ଭେଟି ମତ୍ସ୍ୟଜୀବିଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସେଗୁଡିକ ହେଲା ଚିଲିକାରୁ ଭିଡ, ମଢି, ଅଲିମ୍, ଜିରୋ ଜାଲ ସମ୍ପୂର୍ଣ ବନ୍ଦ କରିବା, ଛୋଟ ଜାଆଁଳା ମାଛ ସୁରକ୍ଷା ଦେଲେ ମତ୍ସ୍ୟ ସମ୍ପଦ ଓ ମତ୍ସ୍ୟଜୀବି ବଞ୍ଚିବେ, ମତ୍ସ୍ୟଜୀବି ସୈରତଲିଜୀ 5ବର୍ଷରେ ଥରେ ହେବା, ମୁହାଣ ମୁଁହ ମୁକ୍ତ କରିବା ଓ ଦୁଇ ପାର୍ଶ୍ଵରେ କଂକ୍ରିଟ କରିବା, ନାଇରି ଠାରୁ ବାଳୁଙ୍ଗା, ଚନ୍ଦ୍ରପୁତ୍ତ୍, ପଥର, ରମ୍ଭା, ମଧୁରୁଚୁଆ ଗୌରାଙ୍ଗ ପାଟଣା, ଗଜପତିନଗର ଚିଲିକା କୁଳେ ଗ୍ରାମରେ ପକ୍କା ରାସ୍ତା ନିର୍ମାଣ କଲେ ମତ୍ସ୍ୟଜୀବିଙ୍କ ବିଭିନ୍ନ ସୁବିଧା ମିଳିପାରିବ, ରମ୍ଭା, କାଳୁପଡା, ସାତପଡା ଲଣ୍ଡିଂ ଜୋନର କାର୍ଯ୍ୟ କ୍ଷାମ କରିବା, ସରକାରୀ ଯୋଜନା ଗୁଡିକ ଜାଲ, ମେସିନ ଓ ଡ଼ଙ୍ଗା ଅନ୍ୟାନ୍ୟ ସୁବିଧା ଯେପରି ବଞ୍ଚିତ ନ ହୁଅନ୍ତି । ଚିଲିକାରୁ ପଙ୍କ ଉଦ୍ଧାର ମତ୍ସ୍ୟ ସଂଖ୍ୟା କମୁଥିବାରୁ ବୃଦ୍ଧି ପାଇଁ ବିକଳ୍ପ ଚିନ୍ତା କରିବା, ଟାସ୍କ ଫୋର୍ସ କାର୍ଯ୍ୟ କ୍ଷମ କରିବା , ଜେଟି ନିର୍ମାଣ ଓ ଆଲୋକିକରଣ କରିବା,ସମବାୟ ସମିତିର ସମ୍ପାଦକଙ୍କୁ ବେତନ ଲାଗୁ କରିବା, ମୃତ୍ୟୁ ଜନିତ ବିମା କୋହଳ କରିବା।, ଏକକ କୌଳିକ ଅଧିକାର ସାବ୍ୟସ୍ତ ଏହି ସବୁ ଦାବୀ ଗୁଡ଼ିକ ଉପସ୍ଥାପନା କରିଥିଲେ। ସଂପାଦକ, ସଭାପତି ଉପସଭାପତି ଓ ଉପଦେଷ୍ଟା ଭୀମସେନ ବେହେରା, ଭଞ୍ଜ କିଶୋର ବେହେରା, ପ୍ରକାଶ ବେହେରା, ନାରାୟଣ ବେହେରା, ସେନାପତି ବେହେରା, ଗୋବିନ୍ଦ ଜାଲି, ଲକ୍ଷ୍ମଣ ଦାସ , ଦୁଃଖିଶ୍ୟମ୍ ବେହେରା ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ
