Odisha news

କୋଠାର କଲେଜ ବିଜ୍ଞାନ ଗୃହର ଶିଳାନ୍ୟାସ

0

ଅସୁରାଳି,ତା୨୮/୬ : ଧାମନଗର ବ୍ଲକ କୋଠାରସ୍ଥିତ ମା ସାରଦା ଦେବୀ ଯୁକ୍ତ ଦୁଇ କଲେଜର ବିଜ୍ଞାନ ଗୃହ ଶିଳାନ୍ୟାସ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ।ଧାମନଗର ବିଧାୟକ ତଥା ରାଜ୍ୟ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କ ହାତପାଣ୍ଠି ଅନୁଦାନରେ ତିନି ଲକ୍ଷ ଟଙ୍କା ବ୍ୟୟରେ ବିଜ୍ଞାନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।ଧାମନଗର ବିଧାୟକଙ୍କ ପ୍ରତିନିଧି ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସାମାଜିକ ଗଣମାଧ୍ୟମ ସଂଯୋଜକ ସୂର୍ଯ୍ୟବଂଶୀ ସୂରଜ, ଯୁକ୍ତ ଦୁଇ ସାରଦା ଦେବୀ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ୱମ୍ବର ଦାସ,ବିଜେପି ଜିଲ୍ଲା ମିଡ଼ିଆ ସେଲର ସଂଯୋଜକ ସାମ୍ବାଦିକ ବୈକୁଣ୍ଠ ନାଥ ସାହୁ,କୋଠାର ସରପଞ୍ଚ ମହେଶ୍ୱତା ମହାଳିକ ପ୍ରମୂଖ ଅତିଥି ରୂପେ ଯୋଗଦେଇ ଶିଳାନ୍ୟାସ କରିଥିଲେ ।ବରିଷ୍ଠ ଅଧ୍ୟାପକ ରବୀନ୍ଦ୍ର କୁମାର ପାଣିଗ୍ରାହୀଙ୍କ ସଂଯୋଜନା ଉତ୍ସବ ଏବଂ ସଭା ଅନୁଷ୍ଠିତ ହୋଇଥିଲା ।ପ୍ରାଧ୍ୟାପକ ଗଦାଧର ସାହୁ,ପ୍ରାଧ୍ୟାପିକା ପୁଷ୍ପାଞ୍ଜଳି ରାଉତ,ଅଧ୍ୟାପକ ଶ୍ରୀଧର ସାହୁ,ଗଣେଶ ଚନ୍ଦ୍ର ଓଝା ପ୍ରମୂଖଙ୍କ ସମେତ ଶତାଧିକ ବିଦ୍ୟାର୍ଥୀ ଉପସ୍ଥିତ ଥିଲେ ।ଅଧ୍ୟାପକ ଭଜହରି ଘଡ଼େଇ ଧନ୍ୟବାଦ ଅର୍ପଣ କରିଥିଲେ । ଧାମନଗର ବିଧାୟକଙ୍କ ହାତପାଣ୍ଠି ଅନୁଦାନରୁ କିଛିଦିନ ପୂର୍ବେ କଲେଜ ପରିସରରେ ଆଲୋକିକରଣ କାର୍ଯ୍ୟ ମଧ୍ୟ ସମ୍ପାଦିତ ହୋଇଛି

Nalco
Leave A Reply