Odisha news

ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ରୋଷେଇକୁ କେନ୍ଦ୍ରକରି ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟରେ ଗେଣ୍ଡଗୋଳ ରୋଷେଇ ବନ୍ଦ : ୨ଦନି ପିଲା ଭୋକେର ଘରକୁ ଫେରିଲେ

0

ଭଦ୍ରକ, ତା୨୮/୦୬ : ସରକାରୀ ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନରେ ରୋଷେଇ କରାଯାଇ ଛାତ୍ର ଛାତ୍ରୀମାନଙ୍କୁ ସୁ-ସ୍ୱାଦ ଖାଦ୍ୟ ଦେଇ ସେମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବାପାଇଁ ଯୋଜନା କରାଯାଇଥିବାବେଳେ କେତେକ ସ୍ଥାନରେ ଶିକ୍ଷକ ଓ କମିଟି ମଧ୍ୟରେ ସଲାସୁତୁରା ଓ କେତେକ ସ୍ଥାନରେ ସ୍ୱୟଂସହାୟିକା ଗୋଷ୍ଠୀ ମଧ୍ୟରେ ସଲାସୁତୁରା ହୋଇ ଏହି ମଧ୍ୟାହ୍ନ ଭୋଜନ ଯୋଜନାକୁ ବାଟବଣା କରି ଅର୍ଥ ହରିଲୁଟ୍ କରୁଛନ୍ତି ଏବଂ ଅନେକ ସ୍ଥାନରେ ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟରେ ତାଳମେଳ ନରହିବା ଏବଂ ତାଙ୍କ ମଧ୍ୟରେ ଗଣ୍ଡୋଗଳ ଲାଗିବା ଦ୍ୱାରା ମଧ୍ୟାହ୍ନଭୋଜନ ମଧ୍ୟ ବନ୍ଦ ହେଉଛି । ଏପରି ଏକ ଅଭାବନୀୟ ଘଟଣା ମଙ୍ଗଳବାର ଧାମନଗର ନିକଟସ ୍ଥ ତାଳପଦା ନୋଡାÿଲ ସ୍କୁଲରେ ଦେଖିବାକୁ ମିଳିଛି ।

ବକ୍ଲ କାର୍ଯ୍ୟାଳୟରୁ ମାତ୍ର ଶହେମିଟର ଦୂରରେ ଏହି ବିଦ୍ୟାଳୟ ଥିବାବେଳେ ଆଜି ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗିବା ଦ୍ୱାରା ମଧ୍ୟାହ୍ନ ଭୋଜନ ରୋଷେଇ ବନ୍ଦ ହୋଇଥିଲାବେଳେ ଶିକ୍ଷକମାନେ ·ନ୍ଦାକରି ୧୯୮ଜଣ ଛାତ୍ର ଛାତ୍ରୀଙ୍କୁ ବିସ୍କୁଟ ଦେଇ ମଧ୍ୟାହ୍ନ ପରେ ଘରକୁ ବିଦା କରିଥିଲେ । ପ୍ରକାଶ ଥାଉକି ଉକ୍ତ ବିଦ୍ୟାଳୟରେ ଜୟ ମାଧବ ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟାହ୍ନ ଭୋଜନ ରୋଷେଇ ଦାୟିତ୍ୱ ନେଇଛନ୍ତି । ଉକ୍ତ ଗୋଷ୍ଠୀର ସଭାପତି ରଂଜିତା ଦାସ ଓ ସମ୍ପାଦୀକା ଜୟଶ୍ରୀ ଦାସ ଥିବାବେଳେ ସଭାପତି ଅଧିକାଂଶ ସମୟରେ ଏହି ଦାୟିତ୍ୱ ନେଇ ନଥିବାବେଳେ ସମ୍ପାଦୀକା ଶ୍ରୀମତୀଦାସ ଏହି ଦାୟିତ୍ୱ ନେଇଥିଲେ । ଗୋଷ୍ଠୀର ସଦସ୍ୟାମାନେ ସିକ୍ୟୁରିଟି ଟଙ୍କା ୮୦ହଜାର ମିଳିତ ଭାବେ ଡିପୋଜିଟ୍ କରିଥିବାବେଳେ ୩ମାସ ହେବ ମଧ୍ୟାହ୍ନ ଭୋଜନ ରୋଷେଇ ଆୟ ବ୍ୟୟ ହିସାବ ସମ୍ପାଦୀକା ସଦସ୍ୟାମାନଙ୍କୁ ଦେଇନଥିଲେ ଏବଂ ଗୋଷ୍ଠୀର କୌଣସି ନିଷ୍ପତ୍ତି ନନେଇ ସମ୍ପାଦୀକା ତାଙ୍କ ନିଜ ଘରେ ମଧ୍ୟାହ୍ନଭୋଜନ ରୋଷେଇ ·ଉଳ ଘରେ ରଖିବାକୁ ନେଇ ପ୍ରତିବାଦ ମଧ୍ୟ କରିଥିଲେ । ଏ ସର୍ମ୍ପକରେ ବାରମ୍ବାର ସଦସ୍ୟାମାନେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ସୂଚନା ଥାଉକି ଗୁରୁବାର ଦିନ ପିଲାମାନଙ୍କୁ ଠିକ ୍ ଭାବରେ ଖାଦ୍ୟ ପେୟ ଦିଆଯାଇନଥିବା ବେଳେ ପ୍ରାୟ ୬୦ଜଣ ପିଲା ଭୋକରେ ଘରକୁ ଫେରିଥିଲେ । ଶୁକ୍ରବାର ଦିନ ମଧ୍ୟ ଗୃହରେ ରୋଷେଇ ଦାୟିତ୍ୱ ନେଇନଥିବାରୁ ସିଆରସିସି ରୋଷେଇ କରି ପିଲାଙ୍କୁ ଖାଇବାକୁ ଦେଇଥିଲେ ।

ଆଜି ଗୃହର ସଦସ୍ୟାମାନେ ତାଙ୍କର ପ୍ରାପ୍ୟ ସମ୍ପାଦୀକା ପାଖରୁ ପାଇନଥିବାରୁ ରୋଷେଇ ଘରେ ତାଲା ପକାଇଥିଲେ । ପରେ ସମ୍ପାଦୀକା ଶ୍ରୀମତୀ ଦାସ ଓ ତାଙ୍କ ଶାଶୁ ଆସି ସଦସ୍ୟାମାନଙ୍କୁ ତାଲା କାହିଁକି ପକାଇଛ ବୋଲି ପ·ରିବା ପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି, ଗଡ଼ାପଡାÿ ଓ ଲହୁଲୁହାଣ ମଧ୍ୟ ହୋଇଥିଲେ । ପରେ ଧାମନଗର ପୋଲିସ ଘଟଣା ସ୍ଥଳରେ ପହଂଚି ପରିସି୍ଥତିକୁ ଆୟତ କରିଥିଲେ । ଏ ସଂପର୍କରେ ମଧ୍ୟ ଗୋଷ୍ଠୀର ପୃଥକ ପୃଥକ ଭାବରେ ୨ଟି ଅଭିଯୋଗ ଥାନାରେ ଦିଆଯାଇଛି । ଖବରପାଇ ସିଆରସିସି ଅଶୋକ ନାୟକ ମଧ୍ୟ ଘଟଣାର ତଦନ୍ତ କରିଥିଲେ ଏବଂ ବୁଧବାର ସକାଳେ ବ୍ଲକ ଶିକ୍ଷାଧିକାରୀ, ଅତିରିକ୍ତ ଶିକ୍ଷାଧିକାରୀ ଏବଂ ଶିକ୍ଷା କମିଟି ମଧ୍ୟରେ ଆଲୋଚନା ପରେ ଜାହା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅତିରିକ୍ତ ଶିକ୍ଷାଧିକାରୀ ଭୀମସେନ ହୋ ଆମପ୍ରତିନିଧିଙ୍କୁ ସୂଚନା ଦେଇଥିଲେ । ତେବେ ବିଦ୍ୟାଳୟ ପରିସରରେ ମଧ୍ୟାହ୍ନ ଭୋଜନ ରୋଷେଇକୁ କେନ୍ଦ୍ରକରି ମହିଳାମାନେ ଯେପରି ଭାବରେ ଛାତ୍ରଛାତ୍ରୀମାନଙ୍କ ଆଗରେ ଗଡ଼ାପଡାÿ ଓ ଅସଭ୍ୟ ଭାଷାରେ ଗାଳିଗୁଲଜ ହେବା ଏହା ଛାତ୍ରଛାତ୍ରୀ ମାନଙ୍କ ଉପରେ କୁ-ପ୍ରଭାବ ପଡ଼ୁଛି ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ଉକ୍ତ ବିଦ୍ୟାଳୟରେ ନୂତନ ଗୋଷ୍ଠୀକୁ ଖାଦ୍ୟ ଦାୟିତ୍ୱ ଦେଇ ସୁ·ରୁ ରୂପେ ମଧ୍ୟାହ୍ନ ଭୋଜନ ରୋଷେଇ କରିବା ପାଇଁ ଦାବି କରିଥିଲେ

Leave A Reply