ଭଦ୍ରକ, ତା୨୮ା୬ : ୧୬ନଂ. ଜାତୀୟ ରାଜପଥରେ ଡକାୟତି କରୁଥିବା ୩ ଜଣ ଯୁବକଙ୍କୁ ଭଦ୍ରକ ଗ୍ରାମାଂଚଳ ପୋଲିସ ଗିରଫ କରିଛି । ୩ଜଣ ଡକାୟତଙ୍କ ଘର ଧୁଷୁରୀ, ଅନ୍ୟଜଣଙ୍କ ଘର ସାବରଙ୍ଗ ଓ ଆଉ ଜଣଙ୍କର ଘର ଚରମ୍ପା ଅଂଚଳରେ ।
ଗତ ୨୬ତାରିଖ ରାତିରେ ଚରମ୍ପା ନିକଟସ୍ଥ ବାସୁଳୀ ଢ଼ାବା ନିକଟରେ ଉକ୍ତ ୩ଜଣ ଡକାୟତ ଏକ ଅଲଟୋ ଗାଡିରେ ଆସି ଜାତୀୟ ରାଜପଥ ନିର୍ମାଣ କରୁଥିବା କମ୍ପାନୀର ଡ୍ରାଇଭରକୁ ମାଡ ମାରି ଏମାନେ ୭ ହଜାର ଟଙ୍କା ଲୁଟି ନେଇଥିବାବେଳେ ସେହି ସ୍ଥାନରୁ କିଛି ଦୂରରେ ଅନ୍ୟ ଜଣେ ମାଛ ବ୍ୟବସାୟୀଙ୍କ ଠାରୁ ୧୫ ହଜାର ଟଙ୍କା ଲୁଟିଥିବା ଭଦ୍ରକ ଗ୍ରାମାଂଚଳ ଥାନାରେ ଅଭିଯୋଗ ହୋଇଥିଲା ।
ଗ୍ରାମାଚଂଳ ପୋଲିସ ଉକ୍ତ ଅଭିଯୋଗରେ ୩୩୦/୨୨ରେ ମାମଲା ରୁଜୁ କରି ସଂପୃକ୍ତ ତିନି ଜଣଙ୍କୁ ଗିରଫ କରିବା ସହ ଏକ ଅଲଟୋ କାର ଓଡି୨୨ଆର୪୧୩୨କୁ ଜବତ କରିବା ସହ ସେମାନଙ୍କ ଠାରୁ ନଗଦ ୭ହଜାର ଟଙ୍କା ଜବତ କରିଛି ଏବଂ କେତେକ ମାରଣାସ୍ତ୍ର ମଧ୍ୟ ପୋଲିସ ଜବତ କରିଥିବା ଜଣାଯାଇଛି
