Odisha news

ଲଭ୍‌-ସେକ୍ସ୍‌-ଧୋକା : ଅଧ୍ୟାପିକାଙ୍କୁ ଦୁ‌ଷ୍କର୍ମ କରୁଥିଲେ ବ୍ୟାଙ୍କ ଉପ-ମହାପ୍ରବନ୍ଧକ! ବ୍ଲାକମେଲିଂ ଅଭିଯୋଗ ଆଣିଲେ ଯୁବକ, ଉଭୟ ଅଧ୍ୟାପିକା ଓ ବ୍ୟାଙ୍କ ଅଧିକାରୀଙ୍କ ସହ ୬ ଅଟକ

0

ଚନ୍ଦ୍ର‌ଶେଖରପୁର : ବିବାହର ପ୍ରଲୋଭନ ଦେଖାଇ ଜଣେ ଅଧ୍ୟାପିକାଙ୍କ ସହ ଶାରୀରିକ ସଂପର୍କ ରଖିବା, ଅସଂଯତ ଅବସ୍ଥାର ତାଙ୍କର ଭିଡିଓ ରେକର୍ଡିଂ କରିବା ଓ ଶେଷରେ ପ୍ରତାରଣା ଦେବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଜି ଏକ ଘରୋଇ ବ୍ୟାଙ୍କର ଉପମହାପ୍ରବନ୍ଧକଙ୍କୁ ଅଟକ ରଖିଛି। ସଂପୃକ୍ତ ଅଧ୍ୟାପିକାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଟକ ଅଭିଯୁକ୍ତଙ୍କ ଘର ଗଂଜାମ ଜିଲ୍ଲା ଭଂଜନଗରରେ ହୋଇଥିବା ବେଳେ ସେ ଏଠାରେ ଏକ ବ୍ୟାଙ୍କରେ ଚାକିରି କରନ୍ତି।

ଅପରପକ୍ଷେ ବ୍ୟାଙ୍କ ଅଧିକାରୀଜଣଙ୍କ ମଧ୍ୟ ସଂପୃକ୍ତ ଅଧ୍ୟାପିକାଙ୍କ ବିରୋଧରେ ପାଲଟା ଅଭିଯୋଗ କରିବାରୁ ପୁଲିସ ଆଉ ଗୋଟିଏ ମାମଲା ରୁଜୁ କରିଛି। ଦୁଇ ଦିନ ତଳେ ଲୁମ୍ବିନୀ ପାର୍କ ନିକଟରୁ ତାଙ୍କୁ ଅଧ୍ୟାପିକାଙ୍କର କିଛି ପୁରୁଷ ବନ୍ଧୁ ଅପହରଣ କରି ଏକ ଘରେ ରଖି ନିସ୍ତୁକ ମାଡ଼ ମାରିଥିଲେ। ପରେ ତାଙ୍କୁ ବ୍ଲାକମେଲ୍‌ କରିବା ସହ ୫ଲକ୍ଷ ଟଙ୍କା ମାଗିଥିଲେ। ଏ ସଂପର୍କରେ ଆଜି ବ୍ୟାଙ୍କ ଅଧିକାରୀ ଓ ତାଙ୍କ ମା’ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ ଅଧ୍ୟାପିକାଙ୍କ ସହ ତାଙ୍କର ୪ ପୁରୁଷ ବନ୍ଧୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।

ପୁଲିସ ସୂଚନା ଅନୁସାରେ, ଯୁବତୀଙ୍କ ଘର ସମ୍ବଲପୁର ଜିଲ୍ଲାରେ। ସେ ଭୁବନେଶ୍ବରରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ଅଧ୍ୟାପିକା। ସାମାଜିକ ଗଣମାଧ୍ୟମରେ ଉକ୍ତ ଯୁବକଙ୍କ ସହ କଥାବାର୍ତ୍ତାରୁ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ତେବେ ଗତ ଜିରୋ-ନାଇଟ୍‌ରେ ସେମାନେ ରାଜଧାନୀରେ ଏକ ହୋଟେଲରେ ଦେଖା କରିବା ସହ ସେହିଠାରେ ଏକାଠି ରାତି ବିତାଇଥିଲେ। ଉକ୍ତ ହୋଟେଲ୍‌ରେ ସେମାନେ ଶାରୀରିକ ସମ୍ପର୍କ ରଖିଥିଲେ। ତେବେ ଯୁବତୀଙ୍କ ଅଜାଣତରେ ତାଙ୍କର କିଛି ଅଶ୍ଳୀଳ ଭିଡିଓ ସୁଟିଂ କରିଥିବାରୁ ସେ ଯୁବକଙ୍କୁ ତାହା ଡିଲିଟ୍ କରିବାକୁ କହିଥିଲେ। ଏଥିରେ ଯୁବକଜଣଙ୍କ ରାଜି ନ ହେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ତେବ‌େ ଦୁଇ ଦିନ ତଳେ ଯୁବତୀଙ୍କ କିଛି ପୁରୁଷ ବନ୍ଧୁ ଲୁମ୍ବିନୀ ପାର୍କ ନିକଟରୁ ଉକ୍ତ ଯୁବକଙ୍କୁ ଅପହରଣ କରି ନିସ୍ତୁକ ମାଡ଼ ମାରିବା ସହ ୫ ଲକ୍ଷ ଟଙ୍କା ମାଗିଥିଲେ। ଏ ନେଇ ଆଜି ସଂପୃକ୍ତ ଯୁବକ ଓ ତାଙ୍କ ମା’ ଚନ୍ଦ୍ରଶେଖରପୁର ଥାନାରେ ଆଗ ଅଭିଯୋଗ କରିଥିଲେ। ପୁଲିସ ଆଜି ଯୁବତୀଙ୍କୁ ଥାନାକୁ ଡାକିବାରୁ ସେ ସବୁ ଘଟଣା ପୁଲିସକୁ କହିଥିଲେ।

Leave A Reply