ଅସ୍ତରଙ୍ଗ,, ଓଡିଶା ପୋଲିସ ତରଫରୁ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଚାଲିଥିବା ଜଳପଥ ଆତଙ୍ଗ ବାଦୀ ହାମଲା ବା ସାଗର କବଚ ଗୁରୁବାର ସାତଘଟିକା ସମୟରେ ଶେଷ ହୋଇଛି । ଏହି ସାଗର କବଚ ରେ ଦୁଇଜଣ ଆଇ ଆଇ ସି,ଫୋର୍ସ ୮ଜଣ, କନେଷ୍ଟବଳ ଛ ଜଣ,ହୋମ ଗାର୍ଡ ଛ ଜଣ ସହ ସଶସ୍ତ୍ର ପୋଲିବି ବାହିନୀ , ସମୁଦ୍ର କୂଳରେ ଆତଂଗବାଦୀ ହାମଲାଥିବା ସ୍ଥାନ ଯଥା ,ନୁଆଗଡ଼,କାଳିଆକଣ ,ଅସ୍ତରଙ୍ଗ, ଗୁଣ୍ଡଳବା, ସୁଧିକେଶର, ସହନ, ଦାଳୁଅକଣି, ଆଦି ସ୍ଥାନରେ ନିୟୋଜିତ ରହି ଜଳପଥ ଆତଂଗବାଦୀ ହାମଲା ଉପରେ ବିଭିର୍ଣ ଦୂର ବିକ୍ଷଣ ଯନ୍ତ୍ର ସାହାଯ୍ୟରେ ସମୁଦ୍ର ର ଅଥଳ ଜଳରାଶି ଉପରେ କଡା ନଜର ରକହିଥିଲେ ।
ଏହି ଅବସରରେ,ନୁଆଗଡ଼ ସାମୁଦ୍ରିକ ଥାନା ତରଫରୁ ଜଳପଥ ପେଟ୍ରୋଲିଂ ସମୟରେ, ଦେବିମୁହାଁଣ ନିକଟ ସପ୍ତଫେଣା ଫରେଷ୍ଟ ଜେଠି ଠାରେ ,ଏକ ଅଜଣା ବୋଟ କୁ ଆଇ ଆଇ ସି ,ରବୀନ୍ଦ୍ର କୁମାର ସେଠୀ ଙ୍କ ନେତୃତ୍ୱରେ ଠାବ କରାଯାଇ ଥିଲା । ଏହି ଖବର ପ୍ରଚାରିତ ହେବାପରେ,ସଶସ୍ତ୍ର ପୋଲିସି ବାହିନୀ , ସେଠାରେ ପହଞ୍ଚି ବୋଟ ସହ, କାଗଜପତ୍ର ଯାଂଚ କଲାପରେ, ଦେଖାଗଲା ଯେ, ସେମାନେ ତିନିଜଣ ଆତଂଗବାଦୀ ଅଟନ୍ତି । ସେମାନଙ୍କ ଠାରୁ,ତିନିଗୋଟି ଆର ଡି ଅକ୍ସ ବୋମା ,ଓ ପରିଚୟପତ୍ର ଉଦ୍ଧାର କରାଯାଇ ମେରାଇନ ଥାନାକୁ ଅଣାଯାଇଥିଲା ।
ଏହିସବୁ କାର୍ଯ୍ୟକ୍ରମ ଜଳପଥ ହାମଲା ,ତଥା ଜଳପଥରେ ସମ୍ଭାବ୍ୟ ଆତଙ୍ଗ ବାଦୀ ଆକ୍ରମଣ ଓଡିଶା ପୋଲିସର ମଗଡ୍ରିଲ ରହିଥିଲା ବେଳେ,ମେରାଇନ ପୋଲିସର, ଜଳପଥ ବାହିନୀ ପଦାଧିକାରୀ,ରାକେଶ ସାହୂ,ଵିଷ୍ଣୁ ବେହେରା,ଲୋକନାଥ ବେହେରା,ମିଟୁ ସାହୁ,ବସନ୍ତ ବିଶ୍ୱାଳ,ଚନ୍ଦନ ବେହେରା ପ୍ରମୁଖ,ସାଗରକବଚ ମଂଗ ଡ୍ରିଲ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହିସବୁ କାର୍ଯ୍ୟକୁ ତଦାରଖ କରୁଥିଲେ ଅସ୍ତରଙ୍ଗ ଆଇ ଆଇ ସି, ବାମଦେବ ନନ୍ଦ ଓ ମେରାଇନ ଆଇ ଆଇ ସି, ରବୀନ୍ଦ୍ର କୁମାର ସେଠି ।