Odisha news

ବିଜୁ ଛାତ୍ର ଜନତା ଦଳ ତରଫରୁ ଜଳଛତ୍ର ଉଦଘାଟନ

0
(ହିଞ୍ଜିଳିକାଟୁ-୨୮/ଏପ୍ରିଲ/୨୦୨୨) ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ନେତୃତ୍ୱଙ୍କ ନିର୍ଦ୍ଦେଶକ୍ରମେ କଲେଜକୁ ଆସୁଥିବା ବିଦ୍ୟାର୍ଥୀ ମାନଙ୍କ ପାଇଁ ରାଜ୍ୟର ଅନେକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ନିକଟରେ ଜଳଛତ୍ରର ଆୟୋଜନ କରାଯାଇଛି। ଏହି କ୍ରମରେ ହିଞ୍ଜିଳିକାଟୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ଥାନୀୟ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ନିକଟରେ ଗୁରୁବାର ଜଳଛତ୍ରର ଉଦଘାଟନ କରାଯାଇଛି। ହିଞ୍ଜିଳିକାଟୁ ବିଜୁ ଛାତ୍ର ଜନତା ଦଳର ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ପୋୖରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ ମୁଖ୍ୟ ଅତିଥି ଏବଂ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ନଗର ବିଜେଡି ସଭାପତି ଭୀମସେନ ବେହେରା, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ପ୍ୟାରୀମୋହନ ପାଢ଼ୀ, ବରିଷ୍ଠ ନେତା ଦେବାନନ୍ଦ ମହାପାତ୍ର, ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା, କାଉନସିଲର ବିଳାସିନୀ ମହାନ୍ତି, ବସନ୍ତ କୁମାର ବେହେରା ପ୍ରମୂଖ ଉଦଘାଟନ ସମୟରେ ଉପସ୍ଥିତ ଥିଲେ। ସେହିପରି ଜିଲ୍ଲା ଛାତ୍ର ବିଜେଡିର ସାଧାରଣ ସମ୍ପାଦକ କେଶବ ମହାରଣା, ଛାତ୍ର ଜନତା ଦଳର ଡିଜିଟାଲ ସମ୍ପାଦକ ପ୍ରଭାତ କୁମାର ମହାରଣା, ଭଗବାନ ପୃଷ୍ଟି, ନିଶାନ୍ତ ମହାପାତ୍ର, ରଞ୍ଜିତ କୁମାର ବାଡତ୍ୟା, ବାଦଲ ପାଣିଗ୍ରାହୀ, ସନ୍ତୋଷ କୁମାର ପାତ୍ର, ବିଜୟ କୁମାର ସାହୁ, କୃପାସିନ୍ଧୁ ନାହାକ, ସୌରଜିତ ପଟ୍ଟନାୟକ, ବିକାଶ କୁମାର ନାୟକ, ଜଗନ୍ନାଥ ସାହୁ, ବିଶ୍ଵଜିତ ସାହୁ ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Govt
Leave A Reply