Odisha news

ଗଞ୍ଜାମ ପ୍ରେସକ୍ଳବ ଓ ଦିଗଦର୍ଶନ ୟୁଥକ୍ଳବ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳିତ

0
ଗଞ୍ଜାମ:୨୮,୪ :  ଗଞ୍ଜାମ ପ୍ରେସକ୍ଳବ ଓ ଦିଗଦର୍ଶନ ୟୁଥକ୍ଳବ ପକ୍ଷରୁ କୂଳବୃଦ୍ଧ  ଉତ୍କଳ ଗୌରବ ମଧୁବାବୁ ଙ୍କ ୧୭୫ ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି।ଏହି ଅବସରରେ ପ୍ରେସକ୍ଳବ ଓ ୟୁଥକ୍ଳବ କର୍ମକର୍ତ୍ତା ଓ ସଦସ୍ୟ ମାନେ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ରେ ରହିଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।ମୁଁ ଭଲ ପାଠ ପଢିବି,କାଳିଆ ଘୋଡାରେ ଚଢିବି ,ମଧୁବାବୁ ସଙ୍ଗେ ଲଢ଼ିବି ପଂକ୍ତିକୁ ନେଇ ସୃତିଚାରଣ କରାଯିବା ସହ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେଇ ଜନ୍ମ ମାଟିର ସେବା କରିବା ନିମନ୍ତେ ମତପ୍ରକାଶ ପାଇଥିଲା।
ଗଞ୍ଜାମ ପ୍ରେସକ୍ଳବ ଉପଦେଷ୍ଟା ଉମାକାନ୍ତ ବେହେରା,ସଭାପତି ଶବର କୁମାର ତରାଇ,କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା,ସହ ସମ୍ପାଦକ ନିରଞ୍ଜନ ପରିଡା,ୟୁଥକ୍ଳବ ସମ୍ପାଦିକା ବିଜୟଲକ୍ଷ୍ମୀ ମହାଙ୍କୁଡ଼,ସହ ସମ୍ପାଦକ ସୁଦର୍ଶନ ପାଢ଼ୀ,ସାମ୍ବାଦିକ ବଟକୃଷ୍ଣ ରାଉଳ,କେ.ରଜନୀକାନ୍ତ ରେଡି,କୃଷ୍ଣ ଚନ୍ଦ୍ର ଦାଶ,ଭାରତୀ ବିଦ୍ୟାପୀଠ ବରିଷ୍ଟ ହିସାବ ରକ୍ଷକ ହରିହର ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ।
Ad2
Leave A Reply