ଅସ୍ତରଙ୍ଗ,୨୭/୧-ଅସ୍ତରଙ୍ଗ ବ୍ଲକ ଆଳସାହି ଗ୍ରାମ ରେ ବିଷ୍ଣୁ ଚରଣ ଲେଙ୍କା ଙ୍କ ଘରୁ ବିଳମ୍ବିତ ରାତିରେ ବଡଧରଣ ର ଚୋରୀ ହୋଇ ଥିବାରୁ,ଘରର ମାଲିକ, ଅସ୍ତରଙ୍ଗ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ଘରେ ସମସ୍ତେ ସୋଇଥିବା ଅବସ୍ଥା ରେ ରାତ୍ର ୧ଘଟିକା ସମୟ ରେ ୫ ଜଣ ଦୁର୍ବୃତ୍ତ ଘର ର ଝରକା ଗ୍ରିଲ୍ ତାଡ଼ି ଘରେ ପଶି , ଘରର ଜଣେ ୮୦ବର୍ଷୀୟା ବୃଦ୍ଧା ଙ୍କୁ ଆକ୍ରମଣ କରିଥିଲେ । ତା ପରେ ଶୋଇବା ଘର କବାଟ ବାଡେଇ ଥିଲେ, ଶବ୍ଦ ଶୁଣି ବିଷ୍ଣୁ ଓ ତାଙ୍କ ଧର୍ମ ପତ୍ନୀ ଡାଇନିଂ କୁ ଆସି ଦେଖିଲା ପରେ ,ଡକାୟତ ମାନେ ବନ୍ଧୁକ, ଛୁରୀ ତାଙ୍କ ମୁଣ୍ଡରେ ଲଗାଇ ତାଙ୍କ ଦେହ ରୁ ସୁନା ଚେନ, ମୁଦି ଓ ସୁନା କାନ ଫୁଲ ଛଡାଇ ନେଇ ନେଇ ଥିଲେ । ତା ପରେ ସେମାନଙ୍କ ମୋବାଇଲ କୁ ଛଡାଇ ଆଣିବା ସହ ସମସ୍ତ ଙ୍କ ହାତ ଗୋଡ ବାନ୍ଧି ପକାଇ ଥିଲେ । ଘର ସିନ୍ଦୁକ ର ଚାବି ମାଗି ସିନ୍ଦୁକ ଫିଟାଇ ହାରାହାରି ୮ ଲକ୍ଷ ଟଙ୍କା ର ସୁନା ଗହଣା ଓ ନଗଦ ୮୦ହଜାର ଟଙ୍କା ନେବା ସହ ଅନ୍ୟ ଘରେ ବାକ୍ସ ତଥା ଟ୍ରଙ୍କ ପତ୍ର ତାଡି ଘର ଭିତରେ ଲୁଗା ପଟା ପକାଇ ଦେଇଥିଲେ । ବାହାର ଘରେ ରମେଶ ପଣ୍ଡା ନାମକ ଜଣେ ବ୍ୟକ୍ତି ଯିଏ ବିଷ୍ଣୁ ଙ୍କ ପାଖରେ ରୁହନ୍ତି, ତାଙ୍କୁ ଛୁରୀ ରେ ଆଘାତ କରି ତାଙ୍କୁ ମଧ୍ୟ ବାନ୍ଧି , ପୂର୍ବରୁ ଆକ୍ରମଣ କରି ବାନ୍ଧିଥିବା ବୃଦ୍ଧା ଜଣକ ରକ୍ତଚାପ ରୋଗୀ ଜାଣିବା ପରେ ଡକାୟତ ମାନେ ବୃଦ୍ଧା ଙ୍କୁ ଫିଟାଇ ଦେଇଥିଲେ । ଗଲାବେଳେ ଧମକ ମଧ୍ୟ ଦେଇଥିଲେ ଯେ, ଏ ବାବଦରେ ପୋଲିସ କୁ ସୂଚନା ନ ଦେବା ପାଇଁ । ଡକାୟତ ମାନେ ଲୁଟପାଟ କରି ଯିବା ପରେ ବୃଦ୍ଧା ଜଣକ ସମସ୍ତ ଙ୍କୁ ଫିଟାଇଥିଲେ । କିଛି ସମୟ ପରେ ବିଷ୍ଣୁ ସାଇ ପଡିଶା ଙ୍କୁ ଖବର କରିବା ପରେ,ସାଇ ପଡିଶା ମାନେ ଉକ୍ତ ସ୍ଥାନ ରେ ରୁଣ୍ଡ ହୋଇ, ଅସ୍ତରଙ୍ଗ ଥାନା କୁ ଖବର ଦିଆଯାଇଥିଲା । ଲିଖିତ ଆକାର ରେ ଅଭିଯୋଗ ପାଇବାପରେ ଅସ୍ତରଙ୍ଗ ଥାନା ଅଧିକାରୀ ଙ୍କ ନେତୃତ୍ୱ ରେ ସ୍ୱତନ୍ତ୍ର ପୋଲିସ ଟିମ୍ ଘଟଣା ସ୍ଥଳରେ ରେ ସକାଳୁ ପହଞ୍ଚି ଘଟଣା ର ପ୍ରାଥମିକ ତଦନ୍ତ କରିବା ସହିତ ଫରେନସିକ୍ ଟିମ୍ କୁ ମଧ୍ୟ ଡକା ଯାଇଥିଲା । ଫରେନସୀକ୍ ଟିମ୍ ଓ ନିମାପଡା ଏସ ଡିପିଓ ପ୍ରଭାତ କୁମାର ମଲ୍ଲିକ ,ଆଇ ଆଇ ସି ,ରାଜେଶ କୁମାର ବଳିଆର ସିଂ ଆଦି ପହଞ୍ଚି ଘଟଣା ର ତଦନ୍ତ କରି ଏହି ଭଳି ଏକ ଛାତିଥରା ଡକାୟତି ଅସ୍ତରଙ୍ଗ ଅଞ୍ଚଳ ରେ ନୂଆ, ଯାହା ଦ୍ୱାରା ଉକ୍ତ ଅଞ୍ଚଳ ରେ ଏକ ପ୍ରକାର ଭୟାଭୟ ପରିସ୍ଥିତି ସୃଷ୍ଟି ହେଇଛି, ଅତିଶୀଘ୍ର ଅପରାଧୀ ଙ୍କୁ ଧରାଯିବ ବୋଲି ପୋଲିସ ଅଧିକାରୀ ମାନେ ପ୍ରତିଶୃତି ଦେଇଛନ୍ତି l