ଅସ୍ତରଙ୍ଗ,,ନବ ବର୍ଷ ଉପଲକ୍ଷେ, ପର୍ଯ୍ୟଟନ କ୍ଷେତ୍ରରେ ସ୍ଵିତନ୍ତ୍ର ସ୍ଥାନ ଅଧିକାର କରିଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ପିର ଜହାନିଆ ବେଳାଭୂମି ଚଳ ଚଞ୍ଚଳ ହୋଇ ପଡ଼ିଛି । ହଜାର ହଜାର ପର୍ଯ୍ୟଟକ ପୁରୁଣା ବର୍ଷ କୁ ବିଦାୟ ଦେଇ ନୂତନ ବର୍ଷ କୁ ଅଭିନନ୍ଦନ ଜଣାଇ ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲ ଭିତରେ ଟେଣ୍ଟ ତଥା ପାଲ ଘେରାଇ , ବଣ ଭୋଜି କରିବା ସହ,ନାଚ ଗୀତରେ ମାସଗୁଲ ହେଉଥିବାର ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ସମୁଦ୍ର ବଲାଭୂମି ସଂଲଗ୍ନ ତଥା ଜଙ୍ଗଲ ନିକଟରେ ହୋଇଥିବା ଚେୟାର ଗୁଡିକରେ ପର୍ଯ୍ୟଟକ ମାନେ ବସି,ସମୁଦ୍ର ଜଳ ରାଶିରେ ଡଲଫିନ ମାନଙ୍କ ଲୁଚକାଳି ଖେଳ,ସହ ରଙ୍ଗ ବେରଙ୍ଗର କଙ୍କଡା,ଅଲିଭ ରିଡ଼ଲେ କଇଁଚ ଙ୍କ ଅଣ୍ଡା ଦିଆ ସ୍ତାନ ସହ,ଅଣ୍ଡା ସଂଗୃହିତ ଅସ୍ଥାୟୀ ହେଚେରି,ପବନରେ ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା ରେ ଉଡ଼ି ଯାଉଥିବା ଗୁଡୁ କଙ୍କ ଆଦି ,ପର୍ଯ୍ୟଟକ ମାନଙ୍କୁ ବେଶି ଆକର୍ଷଣ କରିଥାଏ । ସମୁଦ୍ର ଜଳ ରାଶିରେ ଗାଧୋଇବା ଓ ହିନ୍ଦୁ ମୁସଲ ମାନ ଉଭୟ ସମ୍ପ୍ରଦାୟର ଠାକୁର୍ ପିର ବାବାଙ୍କୁ ପର୍ଯ୍ୟଟକ ମାନେ ଦର୍ଶନ କରିବା ଆଦି ପରମ୍ପରା ରହି ଆସିଥିବା ବେଳେ,ଏହି ବେଳାଭୂମି ର ଉତ୍ତର ଦିଗକୁ ଯାହାକି ଦେବୀ ମାଉଥ ନିକଟ ଗାଙ୍ଗାଦେବି ଠାକୁରାଣୀ ଙ୍କ ନିକଟରେ ବହୁ ପର୍ଯ୍ୟଟକ ମିଳିତ ହୋଇ ବାଣ ଭୋଜି ସହ,ନଦୀ ଓ ସମୁଦ୍ର ରେ ବୋଟିଂ ଚଳିତ ଜଳ ଯାନରେ ବୁଲା ବୁଲି କରି ପ୍ରାକୃତିକ ଶୋଭା ରାଶି ଉପଭୋଗ କରିଥିବାର ଜଣାପଡ଼ିଛ। ରାଜ୍ୟ ସରକାର କୋଣାର୍କ ରାମ୍ ଚଣ୍ଡୀ ମୁହାଣ ନିକଟରେ ପାଲ ପକାଇ ଅସ୍ଥାୟୀ ଇକୋ ରିଟ୍ରିଜ୍ କରୁଥିବା ବେଳେ ,ଅସ୍ତରଙ୍ଗ ବେଳା ଭୂମିରେ ପ୍ରାୟ ଦଶକୋଟି ଟଙ୍କା ବିନିମୟରେ ପର୍ଯ୍ୟଟକ ମାନଙ୍କ ରାତ୍ରୀ ରହଣି ପାଇଁ ସ୍ଥାୟୀ ଇକୋ ରିଟ୍ରିଜି ନିର୍ମାଣ କାର୍ଯ୍ୟ ହାତକୁ ନେଇ କାର୍ଯ୍ୟ ଜୋର୍ ସୋର ଆଗେଇ ଚାଲିଛି ।