Odisha news

ଆସିକା ପଞ୍ଚାୟତ ସମିତିର ବୈଠକ

0
ଆସିକା : ଆସିକା ପଞ୍ଚାୟତ ସମିତିର ଏକ ବୈଠକ ଶୁକ୍ରବାର ଦିନ ବ୍ଲକ ଅଧକ୍ଷା ତ୍ରିବେଣୀ ନାହାକଙ୍କ ଅଧ୍ୟକ୍ଷତା ରେ ପଞ୍ଚାୟତ ସମିତି ବୈଠକ ଗୃହ ରେ  ଅନୁଷ୍ଠିତ ହୋଇଛି। ବିଡ଼ିଓ ଫକୀର ଚରଣ ପରିଡ଼ା ଙ୍କ ସଂଯୋଜନା ରେ ଅତିଥି ରୂପେ ଆସିକା ବିଧାୟିକା ମଞ୍ଜୁଳା ସ୍ଵାଇଁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଉପାଧ୍ୟାକ୍ଷା ଏସ ରେଶମା ଦୋରା ପ୍ରମୁଖ ଯୋଗ ଦେଇଥିଲେ।   ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓ ବିଜୁ ପକ୍କା ଘର, ବିଦ୍ୟୁତ,ଜଳ, ପରିମଳ, ଶିକ୍ଷା, ସ୍ବାସ୍ଥ୍ୟ, କୃଷି ବିଷୟରେ ଆଲୋଚନା ହୋଇଥିଲା ।ଏମଜିଏନଆରଜିଏ, ୧୫ସି ଏଫ ସି, ୫ ଏସ ଏଫ  ସମ୍ପର୍କରେ ,ଜାତୀୟ ଖାଦ୍ୟ ସୁରକ୍ଷା ଆଇନ,ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କରେ ଆଲୋଚନା ହୋଇଥିଲା।ପରିବାର ମଙ୍ଗଳ ଯୋଜନା, ମଧୁବାବୁ ପେନସନ ଯୋଜନା  ସହିତ ଅସମ୍ପୂର୍ଣ୍ଣ କାର୍ଯ୍ୟ ଗୁଡିକ ସମ୍ପୂର୍ଣ୍ଣ କରିବା ବିଷୟରେ ଆଲୋଚନା ହୋଇଥିଲା।  କାର୍ଯ୍ୟରତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ସେମାନଙ୍କ ତରଫରୁ ଆସିକା ବ୍ଲକର ବିଭିନ୍ନ ପଞ୍ଚାୟତ ଗ୍ରାମାଞ୍ଚଳ ରେ ସମସ୍ୟା ର ସମାଧାନ ଦିଗରେ ସମସ୍ତ ତଥ୍ୟ ଦାଖଲ କରିଥିଲେ।।  ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ଅନିମା ପରିଡା, ସୌଦାମିନୀ ନାୟକ,ମନୋଜ ଦୋରାଙ୍କ ସମେତ ବହୁ ସରପଞ୍ଚ ସମିତି ସଭ୍ୟ ଅଂଶ ଗ୍ରହଣ କରିଥିଲେ।
Nalco
Leave A Reply