Odisha news

ଚିନି ଶିଳ୍ପ ଛାତ ରେ କାମ କରୁଥିବା ବେଳେ ତଳକୁ ଖସି ଶ୍ରମିକ ମୃତ

0

ଆସିକା : ଆସିକା ସମବାୟ ଚିନୀଶିଳ୍ପ ର ଏକ କୋଠରୀ ଉପରେସିମେଣ୍ଟ ଆଜବେଷ୍ଟ  ଛାତ କାମ କରୁଥିବା ଦିନ ମଜୁରୀଆ ତଳକୁ ଖସି ପଡି ମୃତ୍ୟୁ ହୋଇଛି  l ମୁର୍ମୁସ ଅବସ୍ଥାରେ ତାଙ୍କୁ ଚିନୀଶିଳ୍ପ କତୃପକ୍ଷ ଆସିକା ଡାକ୍ତରଖାନା ରେ ଭର୍ତି କରିବା ପରେ ଡାକ୍ତର ତାଙ୍କୁ ମୂତ ଘୋଷଣା କରିଛନ୍ତି  l ମୂର୍ ଜଣଙ୍କ ଆସିକା ବ୍ଲକ ଅନ୍ତର୍ଗତ ବରଗାଁ ପଂଚାୟତ ର୪୫ ବର୍ଷୀୟ ଧୋବା ବେହେରା  ଅଟନ୍ତି  l ସେ ଏକ ଠିକା ସଂସ୍ତା ଅଧୀନରେ କାର୍ଯ୍ୟ  କରୁଥିଲେ।   l ଆଜି ଉକ୍ତ ସଂସ୍ଥା ଦ୍ୱାରା ଚିନୀଶିଳ୍ପ ରେ କାର୍ଯ୍ୟ ଚାଲୁଥିବା ସମୟରେ କୌଣସି କାରଣ ରୁ ତଳକୁ ଖସି ପଡ଼ିଥିଲେ  l ସେ ବହୁ ଉଚ୍ଚ ରୁ ଖସି ପଡ଼ିଯାଇଥିବା ଯୋଙ୍ଗୁ  ମୁଣ୍ଡରେ ପ୍ରବଳ ଆଘାତ ହେବାରୁ ସେଠି ହିଁ ସଂଜ୍ଞା ହୀନ ହୋଇ ପଡ଼ିଥିଲେ ।ଏ ସମ୍ପର୍କରେ ଆସିକା ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି

Nalco
Leave A Reply