Odisha news

ଗଞ୍ଜାମ ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ

0

ଆସିକା : ଗଞ୍ଜାମ ଜିଲ୍ଲା ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଆଜି ସ୍ଥାନୀୟ ହରି ହର ହାଇସ୍କୁଲ ରେ ଆୟୋଜିତ ହୋଇଛି।ଦୁଇଦିନିଆ ଏହି ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ମେଳା କୁ ମଙ୍ଗଳବାର ପୂର୍ବାହ୍ନ ରେବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟଡିମ୍ଡ଼ ୟିନିଭର୍ସିଟୀ ର ଭାଇସ ଚାନ୍ସେଲର କର୍ଣେଲ୍ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଉଦଘାଟନ କରିଥିଲେ। ବୈଜ୍ଞାନିକ ପ୍ରଦର୍ଶନୀ ର ଅର୍ଗନାଇଜିଙ୍ଗ ସେକ୍ରେଟାରୀ ତଥା ହରିହର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଅଶୋକ କୁମାର ପାଢ଼ୀ ଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଗଞ୍ଜାମ ଜିଲ୍ଳା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ ଆସିକା ବିଜ୍ଞାପିତଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ବିନେତା ସ୍ୱାଇଁ,ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହାକ,ବିଜ୍ଞାପିତଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍,ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ,ରାଜେଶ୍ ପ୍ରଧାନ, ଆସିକା  ବ୍ଲକ ଶିକ୍ଷା ଅଧିକାରୀ ମୁନ୍ ରାଣୀ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନେ  ମାର୍କ ପର୍ସେଣ୍ଟ ଉପରେ  ଗୁରୁତ୍ବ ନଦେଇ ଅଧ୍ୟୟନ ଉପରେ  ଗୃରୁତ୍ଵ ଦେବାକୁ ମୁଖ୍ୟ ଅତିଥି କର୍ଣେଲ୍ ପ୍ରଫେସର ଶ୍ରୀ ମହାନ୍ତି  ପରାମର୍ଶ ଦେଇଥିଲେ। ଗଞ୍ଜାମ ଜିଲ୍ଲା  ର ୨୨ ଟି ବ୍ଲକ ରୁ ଶ୍ରେଷ୍ଠ ୯୩ ଟି ପ୍ରକଳ୍ପ ଆଜିର ପ୍ରଦର୍ଶନୀ ନିମନ୍ତେ ମୋନୋନୀତ ହୋଇଥିବା ବେଳେ ୮୬ ଟି ପ୍ରକଳ୍ପ ଅଂଶ ଗ୍ରହଣ କରିଛନ୍ତି। ପ୍ରଦର୍ଶନୀ ର ଦ୍ଵିତୀୟ ଦିବସ ବୁଧବାର ଦିନ ଜିଲ୍ଲାର ଶ୍ରେଷ୍ଠ  ପ୍ରକଳ୍ପ କୁ ଚୟନ କରାଯିବା କର୍ଯ୍ୟକ୍ରମ ରହିଛି।ଗଞ୍ଜାମ ଜିଲ୍ଲା ର ୨୨ ଟି ବ୍ଲକ ରୁ ବହୁ ଛାତ୍ର, ଛାତ୍ରୀ ଓ ଶିକ୍ଷକ ଏଥିରେ ଯୋଗଦେଇଛନ୍ତି।

Nalco
Leave A Reply