ଆସିକା : ସ୍ଥାନୀୟ ଥାନା ଅନ୍ତର୍ଗ ଗାନ୍ଧୀ ନଗର ଠାରେ ବିବାହିତ ମହିଳା ପଦ୍ମିନୀ ସ୍ଵାଇଁ ନିଜ ଦୁଇ ପୁଅ ସହିତ ଶ୍ବଶୁର ଲଷ୍ମୀ ସ୍ଵାଇଁ ଙ୍କ ଘର ସମ୍ମୁଖରେ ନିଜ ଅଧିକାର ଦାବି କରି ବସିଛନ୍ତି। ମହିଳା ଜଣକ ଲଷ୍ମୀ ନାରାୟଣ ସ୍ଵାଇଁ ଙ୍କ ପୁଅ ମହେଶ କୁ ସାତ ବର୍ଷ ପୂର୍ବେ ବୈଦିକ ରୀତି ରେ ବିବାହ କରିଥିଲେ। ବିବାହ ର କିଛି ବର୍ଷ ପରେ ପଦ୍ମିନୀ ଦିତୀୟ ସନ୍ତାନ ର ଗର୍ଭ ଧାରଣ କରିଥିବା ବେଳେ ତାଙ୍କ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବାରୁ ସେ ତାଙ୍କ ବାପା ଘରକୁ ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଡି ଗ୍ରାମ କୁ ଚାଲିଯାଇଥିଲେ। ତାଙ୍କ ଉପରେ ହେଉଥିବା ଅତ୍ୟାଚାର କୁ ନେଇ ସେ ଆସିକା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ଯୌତୁକ ନିର୍ଯ୍ୟାତନା ମାମଲା ୫୩୭ /୨୩ ରୁଜୁ କରି ମାମଲାର ତଦନ୍ତ କରୁଛି। ଇତି ମଧ୍ୟରେ ପଦ୍ମିନୀ ଙ୍କ ସ୍ୱାମୀ ଅନ୍ୟ ଜଣେ ନାବାଳିକା ଝିଅ ସହିତ ସମ୍ପର୍କ ରଖି ତାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଆସିକା ପୋଲିସ ଏକ ମାମଲା ୫୮୩ /୨୩ ରୁଜୁ କରି କୋର୍ଟ ଚାଲାଣ କରିଛି। ପଦ୍ମିନୀ ଏବେ ଅନ୍ୟ ଉପାୟ ନ ପାଇ ନିଜ ଶ୍ୱଶୁର ଘର ସମ୍ମୁଖରେ ପିଲା ଦୁଇଟି କୁ ନେଇ ଭୋକ ଉପବାସ ରେ ବସିଛି। ଗତ କାଲି ଥାନା ଅଧିକାରୀ ପି ସ୍ୱରୂପ କିଷାନ ପଦ୍ମିନୀ କୁ ବୁଝା ସୁଝା କରି ନିଜ ଗ୍ରାମ କୁ ପଠାଇ ଥିଲେ। କିନ୍ତୁ ଆଜି ସକାଳୁ ପଦ୍ମିନୀ ଆସି ନିଜ ଶ୍ୱଶୁର ଘର ସମ୍ମୁଖରେ ବସିଛନ୍ତି।ଥାନା ଅଧିକାରୀ ପି ସ୍ୱରୂପ କିଷାନ କହିଛନ୍ତି ଆଇନ ପ୍ରକାରେ ପଦ୍ମିନୀ କୁ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ କରାଯାଉଛି।